Wednesday, October 1, 2025
23.6 C
Odisha

    ଆସିଲା ନିଟ ପିଜି ରେଜଲ୍ଟ : ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି ଓଡ଼ିଆ ପୁଅ ପୋଷନ ମହାପାତ୍ର

    ଆଗକୁ ପଢନ୍ତୁ

    କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା ଫଳ ଘୋଷଣା କରିଛି । ଏଥିରେ ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି SCB ବଡ଼ ମେଡିକାଲ ଡାକ୍ତର ଛାତ୍ର ପୋଷନ ମହାପାତ୍ର । ଏଥିରେ ସେ ପ୍ରଥମ ସ୍ଥାନରେ ଅଛନ୍ତି । ପୋଷନ ମହାପାତ୍ର scb ବଡ଼ ମେଡିକାଲ କଲେଜରେ mbbs ସାରି ହାଉସ ସର୍ଜନ ଭାବେ କାର୍ଯ୍ୟରତ ଥିଲେ । ରୋଗୀ ସେବା କରିବା ସହ ସେ ନିଟ ପିଜି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।

    ନିଟ୍ ପିଜି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଏବେ ଏନବିଇଏମଏସର ଅଫିସିଆଲ୍ ୱେବସାଇଟ୍ natboard.edu.in କୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀ ମାନେ ନିଜର ମାର୍କ ଦେଖିପାରିବା ସହ ରାଙ୍କ ଦେଖିପାରିବେ ।

    ସୂଚନାଯୋଗ୍ୟ ଯେ ନିଟ୍ ପିଜି ୨୦୨୫ ଚଳିତ ମାସ ୩ ତାରିଖରେ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପରୀକ୍ଷା ଗୋଟିଏ ଥରରେ ଆୟୋଜନ ହୋଇଥିଲା । ଏହି ଜାତୀୟ ସ୍ତରୀୟ ପରୀକ୍ଷା ଡାକ୍ତରୀ ସ୍ନାତକଙ୍କ ପାଇଁ ଏମଡି, ଏମଏସ, ଡିଏନବି, ଡଏନବି (ସିଧା ୬ ବର୍ଷିଆ ପାଠ୍ୟକ୍ରମ) ଏବଂ ପିଜି ଡିପ୍ଲୋମା ଭଳି ଶ୍ରେଷ୍ଠ ସ୍ନାତକୋତ୍ତର ଡାକ୍ତରୀ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରବେଶ ପାଇଁ ଦ୍ୱାର ଖୋଲିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    91 %
    0.7kmh
    79 %
    Wed
    29 °
    Thu
    26 °
    Fri
    28 °
    Sat
    29 °
    Sun
    28 °

    ସମ୍ବନ୍ଧିତ