Wednesday, April 8, 2026
24.2 C
Odisha

    ଆସିଲା ରାଜ୍ୟ ଭିଜିଲାନ୍ସର ବାର୍ଷିକ ରିପୋର୍ଟ, ୨୦୨୪ରେ ୨ ଶହ ଅପରାଧିକ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସିଲା ରାଜ୍ୟ ଭିଜିଲାନ୍ସର ବାର୍ଷିକ ରିପୋର୍ଟ। ୨୦୨୪ରେ ୨ଶହ ଅପରାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ । ୨ଶହ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ୩୮ ଜଣ କର୍ମଚାରୀଙ୍କ ପତ୍ନୀଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି । ସମୁଦାୟ ୧୮୧ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

    ମାମଲା ରୁଜୁ ହୋଇଥିବା ଅଫିସରଙ୍କ ମଧ୍ୟରେ ରହିଛନ୍ତି ୫୦ ଜଣ କ୍ଲାସ-1 ସରକାରୀ ଅଧିକାରୀ, ୬ ଜଣ ମୁଖ୍ୟ ଯନ୍ତ୍ରୀ, ଅବକାରୀ ବିଭାଗ ଯୁଗ୍ମ କମିସନର, ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ, ସିଟି ଜିଏସଟି ଉପକମିସନର, ଜେଲ ଅଧିକ୍ଷକ, ଜଣେ ଉପ ଜିଲ୍ଲାପାଳ, ୨ ଜଣ ତହସିଲଦାର, ୨ ଜଣ ବିଡିଓ, ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରହିଛନ୍ତି। ୬୦ଟି ଆୟ ବହିର୍ଭୁତ ମାମଲା ରୁଜ୍ଜୁ ହୋଇଥିବା ବେଳେ ମୋଟ ୧୩୧ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।

    ୯୬ ଟି ଲାଞ୍ଚ ନେବା ମାମଲା ରୁଜ୍ଜୁ ହୋଇଥିବା ବେଳେ ୯୯ ଜଣ ସରକାରୀ ଅଧିକାରୀମାନଙ୍କ ସହ ୧୧୫ ଜଣଙ୍କ ଠାରୁ ୧୯ ଲକ୍ଷ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ବିଭିନ୍ନ ମାମଲାରେ ୪୮୩ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ୭୯୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି। ୧୯୪ ଟି ବିଲଡିଂ ଓ ପ୍ରୋଜେକ୍ଟ କୁ ୭୨ ଟି କେସ ରେ ଠାବ କରାଯାଇଛି। ଏହାର ମୋଟ ମୂଲ୍ୟ ରହିଛି ୨୭ କୋଟି ୩ଲକ୍ଷ ଟଙ୍କା। ୩୦୭ଟି କେସ ର ତଦନ୍ତ ସରିଥିବା ବେଳେ ମାମଲା ଶେଷ କରିବା ହାର ରହିଛି ୧୫୪ ପ୍ରତିଶତ।

    ୨୦୨୪ ମସିହାରେ ୧୦୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହାର ରହିଛି ୮୦ ପ୍ରତିଶତ। ଏହା ସହ ଦୋଷୀ ସାବ୍ୟସ୍ତ ହୋଇଥିବା ୨୫ ଜଣ ଦୋଷୀ ସାବ୍ୟସ୍ତ ଙ୍କୁ ଚାକିରି ରୁ ବହିଷ୍କାର କରାଯାଇଛି। ପ୍ରଥମ ଥର ପାଇଁ ଫରେଷ୍ଟ କେସରେ ବାଘଛାଲ ଜବତ କରାଯାଇଛି। ସେହିଭଳି ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବା ଉଦ୍ୟମରେ ଜଣଙ୍କୁ ଗିରଫ କରାଯାଇଥିଲା କହିଛନ୍ତି ଭିଜିଲାନ୍ସ ସେଲ୍ ଏସପି ଏମ. ରାଧା କ୍ରିଷ୍ଣନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ