Wednesday, October 14, 2026
22.5 C
Odisha

    ମଣିପୁର ହିଂସା ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ: ୨୦୨୫ରେ ଶାନ୍ତି ପାଇଁ ପ୍ରାର୍ଥନା କଲେ

    ଆଗକୁ ପଢନ୍ତୁ

    ଇମ୍ଫାଲ: ମଣିପୁରରେ ଚାଲିଥିବା ଜାତିଆଣ ହିଂସା ପାଇଁ  ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି ପଶ୍ଚାତାପ କରିଛନ୍ତି ଏବଂ ମଣିପୁର ବାସିନ୍ଦାଙ୍କୁ କ୍ଷମା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ   କହିଛନ୍ତି, ଗତବର୍ଷ ମେ’ ୩ ତାରିଖରୁ ମଣିପୁରରେ ଯାହା ସବୁ ଘଟିଛି ସେଥିପାଇଁ ମୁଁ ଖୁବ୍‌ ମର୍ମାହତ ଏବଂ ଏହି କାରଣରୁ ମୁଁ ସମସ୍ତ ମଣିପୁର ବାସିନ୍ଦାଙ୍କୁ କ୍ଷମା ମାଗୁଛି।  ଅନେକ ଲୋକ ସେମାନଙ୍କ ପ୍ରିୟ ପରିଜନଙ୍କୁ  ହରାଇଛନ୍ତି ଏବଂ ଅନେକ ଲୋକ ସେମାନଙ୍କ ବାସସ୍ଥାନ ହରାଇ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି।  ଜାତିଆଣ ହିଂସାକୁ ନେଇ ରାଜ୍ୟ‌ରେ ଏଭଳି ସ୍ଥିତି ଉପୁଜିଥିବାରୁ  ମୁଁ ବାସ୍ତବରେ ଖୁବ୍‌ ଅନୁତପ୍ତ ବୋଲି ସିଂହ କହିଛନ୍ତି। ୨୦୨୫ରେ ରାଜ୍ୟରେ ସ୍ବାଭାବିକ ସ୍ଥିତି ଓ ଶାନ୍ତି ଫେରିବ। ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟ ସେମାନଙ୍କ ଅତୀତର ତ୍ରୁଟିକୁ ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

    ସିଂହ କହିଛନ୍ତି, ଗତ ୩-୪ ମାସ ମଧ୍ୟରେ ରାଜ୍ୟରେ ଗୁଳିକାଣ୍ଡ ଘଟଣା କମିଛି।  ୨୦୨୩ ମେ’ରୁ  ଅକ୍ଟୋବର ମଧ୍ୟରେ ମଣିପୁରରେ ୪୦୮ଟି ଗୁଳିକାଣ୍ଡ ଘଟଣା ଘଟିଥିବା ବେଳେ ଗତ କିଛି ମାସ ମଧ୍ୟରେ ଏହା ୧୧୨କୁ ଖସି ଆସିଛି।  ମଣିପୁରରେ ଯାହା ଘଟିଛି ମୁଁ ସେଥିପାଇଁ କ୍ଷମା ମାଗିବାକୁ ଚାହୁଛି।  ଉଲ୍ଲେଖଯୋଗ୍ୟ,  ୨୦୨୩ ମେ’ରୁ ମଣିପୁରରେ କୁକି ଏବଂ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଲାଗି ରହିଛି।  ୨୦୨୪ରୁ ହିଂସା ଉଗ୍ର ରୂପ ନେଲା ଏବଂ ଏହି ଘଟଣାରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ  ହୋଇଛି ଏବଂ  ହଜାର ହଜାର ଲୋକ ବାସହରା ହୋଇଛନ୍ତି । ଏଭଳି ସ୍ଥିତିରେ  ପରସ୍ପର ପ୍ରତି  ବିଶ୍ବାସ ଓ ସହଯୋଗ ହିଁ ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ