Saturday, October 10, 2026
27.9 C
Odisha

    ଆସିଲା ‘ରେଡ୍‌ ୨’ର ଟ୍ରେଲର

    ଆଗକୁ ପଢନ୍ତୁ

    ମୁମ୍ବାଇ : ସାମ୍ନାକୁ ଆସିଲା ‘ରେଡ୍‌ ୨’ର ଦମ୍‌ଦାର୍‌ ଟ୍ରେଲର୍‌ । ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରେଡ୍ ୨’ର ଟ୍ରେଲର ରିଲିଜ୍ ହୋଇଛି। ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ରେଡ୍ ୨’ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି। ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇବା ପାଇଁ ଫିଲ୍ମର ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଯେଉଁଥିରେ ଅଜୟଙ୍କ ଆଉ ଏକ ଦମ୍‌ଦାର୍‌ ‘ରେଡ୍‌’ ଦେଖିବାକୁ ମିଳିଛି । ଫିଲ୍ମରେ ବାଣୀ କପୁର ଅଭିନେତା ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ଉଭୟଙ୍କର ଏକ ଝିଅ ମଧ୍ୟ ଅଛି ଏବଂ ଏଥର ମଧ୍ୟ ଅଜୟଙ୍କୁ ତାଙ୍କ ସଚ୍ଚୋଟତା ଯୋଗୁଁ ପୁଣି ଅନ୍ୟ ସ୍ଥାନକୁ ପଠାଯାଇଛି । ସେ ଅନ୍ୟ ଏକ ସହରକୁ ଯାଇ ଆଉ ଏକ ‘ରେଡ୍‌’ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଟ୍ରେଲରଟିରେ ଜଣେ ସଚ୍ଚୋଟ ଅଧିକାରୀ (ଅଜୟ) ଏବଂ ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା (ରିତେଶ)ଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଦେଖାଯାଉଛି । ସେହି ସମୟରେ ଟ୍ରେଲରରେ କିଛି ସେକେଣ୍ଡ ପାଇଁ ତମନ୍ନା ଭାଟିଆଙ୍କ ଡ୍ୟାନ୍ସର ଏକ ଝଲକ ମଧ୍ୟ ଦେଖାଯାଇଥିଲା। ଟ୍ରେଲରଟି ଏକ ଦମ୍‌ଦାର୍‌ ଦୃଶ୍ୟ ସହିତ ଆରମ୍ଭ ହେଉଛି। ଏଥିରେ ଦେଖାଯାଉଛି, ଅଜୟ ଏକ ପ୍ରାସାଦର ଦ୍ୱାର ଠକ୍ ଠକ୍ କରୁଛନ୍ତି । ଯେତେବେଳେ ରିତେଶଙ୍କ ମାଆ ପଚାରନ୍ତି ଯେ ସେ କିଏ, ରିତେଶ ତାଙ୍କୁ ମନେ ପକାଇ ଦିଅନ୍ତି ଯେ ଏହି ସେହି ଅଧିକାରୀ ଯିଏ ସାତ ବର୍ଷ ପୂର୍ବେ ତାଉଜି (ସୌରଭ ଶୁକ୍ଳା)ଙ୍କ ଘରେ ଚଢାଉ କରିଥିଲେ। ଫିଲ୍ମର କାହାଣୀ କେବଳ ରେଡ୍ ପର୍ଯ୍ୟନ୍ତ ସୀମିତ ନୁହେଁ । ଏଥିରେ ଅଜୟ ଦେବଗନଙ୍କ ବାଜି ପୂର୍ବ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ହେବାକୁ ଯାଉଛି। ଟ୍ରେଲରରେ ଅଜୟଙ୍କୁ ରିତେଶଙ୍କ ଚକ୍ରବ୍ୟୁହରେ ଫସି ଯାଉଥିବା ଦେଖାଯାଇଛି । ମାତ୍ର ସେ ହାର ମାନିନାହାଁନ୍ତି ଏବଂ ତାଙ୍କର ୭୫ତମ ରେଡ୍‌ ଶେଷ କରି ରାଜନେତାଙ୍କୁ ପରାସ୍ତ କରନ୍ତି। ଶେଷରେ ସେ କହିଲେ ଯେ ଏବେ ସେ ଚକ୍ରବ୍ୟୁହ ସୃଷ୍ଟି କରିବେ, ସେ ନିଜେ ସମ୍ପୂର୍ଣ୍ଣ ମହାଭାରତ।

    ରାଜ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମେ’ ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ରାଜ ପ୍ରଥମ ଫିଲ୍ମ ‘ରେଡ୍’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ‘ରେଡ୍ ୨’ ପାନୋରାମା ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ, ଯେଉଁଥିରେ ରଜତ କପୁର, ସୁପ୍ରିୟା ପାଠକ ଏବଂ ଅମିତ ସିଆଲ ମଧ୍ୟ ଅଭିନୟ କରିଛନ୍ତି। ‘ରେଡ୍ ୨’ଭୂଷଣ କୁମାର, କୁମାର ମଙ୍ଗତ ପଠକ, ଅଭିଷେକ ପଠକ ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ। ଏହାକୁ ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି। ପୂର୍ବରୁ ଏହି ଫିଲ୍ମଟି ୧୫ ନଭେମ୍ବର ୨୦୨୪ରେ ମୁକ୍ତିଲାଭ କରିବାର ଯୋଜନା ଥିଲା, କିନ୍ତୁ ପୋଷ୍ଟ-ପ୍ରଡକ୍ସନ କାମ ଯୋଗୁଁ ଫିଲ୍ମର ମୁକ୍ତିଲାଭ ବିଳମ୍ବ ହୋଇଥିଲା। ଇଲିଆନାଙ୍କ ମୁଖ୍ୟ ଭୂମିକାରେ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ରେଡ୍’ ୧୯୮୦ ଦଶକରେ ହୋଇଥିବା ଏକ ବାସ୍ତବ ଜୀବନର ଆୟକର ଚଢାଉ ଉପରେ ଆଧାରିତ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ