Sunday, December 21, 2025
17.9 C
Odisha

    ଆସୁଛି ଆଉ ଏକ ଲଘୁଚାପ, ୧୩ ଯାଏ ଭିଜିବ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ଵର :   ଆସୁଛି ଆଉ ଏକ ଲଘୁଚାପ  । ୧୦ରୁ ବଢିବ ବର୍ଷା । ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ  ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡିବ। ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍ ସହିତ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।

    ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ସାରା ଓଡ଼ିଶାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । କାଲିଠୁ ବଢ଼ିବ ବର୍ଷା ।  ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେହିପରି ୧୧ ଓ ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଦୁଇ ଜିଲ୍ଲା ମାଲକାନଗିରି, କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    45 %
    1.5kmh
    74 %
    Sun
    17 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ