ମୋବାଇଲ୍ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି ନୂଆ ଧମାକାଦାର ଅଫର୍ । କମ୍ ଟଙ୍କାର ରିଚାର୍ଜରେ ମିଳିବ ଅଧିକ ଫାଇଦା । ଜିଓ ଲଞ୍ଚ୍ କରିଛି Happy New Year 2.0 ରିଚାର୍ଜ ପ୍ଲାନ୍ । ଏଥିରେ ୩୯୯ ଟଙ୍କା ଓ ୩,୯୯୯ ଟଙ୍କାର ଦୁଇଟି ମେନ୍ ପ୍ଲାନ୍ ସହ ୫ଜି ଡାଟା ଓ ନାଇଟ୍ ଡାଟା ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ଅଫର୍ । ତେବେ କେଉଁ ପ୍ଲାନ୍ରେ କ’ଣ ମିଳିବ, ଆସନ୍ତୁ ଜାଣିବା ।
ଜିଓର ୩୯୯ ଟଙ୍କାର ରିଚାର୍ଜ ପ୍ଲାନକୁ କମ୍ପାନୀ ନିଜର ଫ୍ଲାଗସିପ୍ ପ୍ଲାନ୍ ବୋଲି କହିଛି । ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ସହ ଅନଲିମିଟେଡ୍ ୪ଜି ଓ ୫ଜି ଡାଟା, ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ମିଳିବ । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ଲାନରେ ୧୨ ମାସ ପାଇଁ Canva Pro ସବସ୍କ୍ରିପସନ୍ ମିଳିବ । ଯାହାର ମୂଲ୍ୟ ପ୍ରାୟ ୪ ହଜାର ଟଙ୍କା ବୋଲି କୁହାଯାଇଛି । ଏହା ସହ JioHotstar Mobile, JioTV ମାଧ୍ୟମରେ FanCode, JioGames ମୋବାଇଲ୍ ସବସ୍କ୍ରିପସନ୍ ଏବଂ ୫୦ ଜିବି JioAICloud ଷ୍ଟୋରେଜ୍ ମଧ୍ୟ ମିଳିବ ।
ସେହିପରି ୩,୯୯୯ ଟଙ୍କାର ବାର୍ଷିକ ପ୍ଲାନରେ ମଧ୍ୟ ରହିଛି ଅନେକ ଫାଇଦା । ଏହି ପ୍ଲାନର ଭାଲିଡିଟି ୩୬୫ ଦିନ ରହିଛି । ଏଥିରେ ଅନଲିମିଟେଡ୍ ୪ଜି ଓ ୫ଜି ଡାଟା, ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ମିଳିବ । ଏହା ସହ ୧୨ ମାସ ପାଇଁ Canva Pro Lite ସବସ୍କ୍ରିପସନ୍, JioHotstar Mobileରେ ହଲିଉଡ୍ କଣ୍ଟେଣ୍ଟ, FanCode ଏବଂ ୫୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ମଧ୍ୟ ମିଳିବ । କେବଳ ଏତିକି ନୁହେଁ, ୫ଜି ୟୁଜର୍ସଙ୍କ ପାଇଁ ଜିଓ ଆଣିଛି ଦୁଇଟି ନୂଆ ଡାଟା ଆଡ୍-ଅନ୍ ପ୍ୟାକ୍ । ମାତ୍ର ୧୫ ଟଙ୍କାରେ ଗୋଟିଏ ଦିନ ଏବଂ ୨୫ ଟଙ୍କାରେ ଦୁଇ ଦିନ ପାଇଁ ଅନଲିମିଟେଡ୍ ୫ଜି ଡାଟା ମିଳିବ ।
ଏହା ସହ ରାତିରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ ରହିଛି ସ୍ୱତନ୍ତ୍ର ଅଫର୍ । ମାତ୍ର ୫୦ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ରାତି ୧୨ଟାରୁ ସକାଳ ୫ଟା ଯାଏଁ ଅନଲିମିଟେଡ୍ ୪ଜି ଓ ୫ଜି ଡାଟା ମିଳିବ । ଏହି ଅଫର୍ ନାଇଟ୍ ସିଫ୍ଟ କର୍ମଚାରୀ, ଛାତ୍ରଛାତ୍ରୀ ଓ ଗେମର୍ସଙ୍କ ପାଇଁ ବେଶ୍ ଲାଭଦାୟକ ହୋଇପାରେ । ତେବେ ୧୫ ଟଙ୍କାର ୫ଜି ଡାଟା ପ୍ୟାକ୍ ପୂର୍ବରୁ ଉପଲବ୍ଧ ହୋଇଥିବା ବେଳେ ୩୯୯, ୩,୯୯୯ ଓ ୨୫ ଟଙ୍କାର ପ୍ୟାକ୍ ନଭେମ୍ବର ୨୪ରୁ ଏବଂ ୫୦ ଟଙ୍କାର ନାଇଟ୍ ଡାଟା ପ୍ୟାକ୍ ନଭେମ୍ବର ୨୬ରୁ ଉପଲବ୍ଧ ହୋଇଛି । ଗ୍ରାହକମାନେ MyJio ଆପ୍, Jio.com, ଜିଓ ଷ୍ଟୋର୍ ଓ ରିଟେଲ୍ ଆଉଟଲେଟରୁ ଏହି ପ୍ଲାନ୍ ରିଚାର୍ଜ କରିପାରିବେ ।
