Sunday, January 11, 2026
20.4 C
Odisha

    ଇରାନରୁ ସ୍ୱଦେଶ ଫେରିଲେ ୧୧୦ ଭାରତୀୟ ଛାତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବର୍ତ୍ତମାନ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିଥିବା ପରିପ୍ରେକ୍ଷୀରେ ଭାରତ ସରକାର ‘ଅପରେସନ ସିନ୍ଧୁ’ ଜରିଆରେ ଇରାନରେ ଅଧ୍ୟୟନରତ ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ଗତକାଲି ୧୧୦ ଭାରତୀୟ ଛାତ୍ର ଦୋହାରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଜାମ୍ମୁ-କାଶ୍ମୀରର ୯୦ ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବାପରେ ୯୦ ଛାତ୍ରଛାତ୍ରୀଙ୍କୁ ଶ୍ରୀନଗର ପଠାଯିବାର ବ୍ୟବସ୍ଥା କରାଯାଉଛି। ଏହି ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ବଦେଶ ଅଣାଯାଉଥିବା ପ୍ରକାଶ। ସ୍ବଦେଶ ଫେରିଆସିଥିବାରୁ ଜାମ୍ମୁ-କାଶ୍ମୀର ଛାତ୍ର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଇରାନରେ ଅଟକିଥିବା ଅନ୍ୟ ଭାରତୀୟ ଛାତ୍ରଙ୍କୁ ଖୁବ୍‌ଶୀଘ୍ର ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    24 %
    2kmh
    1 %
    Sun
    19 °
    Mon
    28 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ