Friday, April 3, 2026
39 C
Odisha

    ଇରାନର ୧୫ ହେଲିକପ୍ଟର, ଜେଟ୍‌ ଧ୍ବଂସ

    ଆଗକୁ ପଢନ୍ତୁ

    ତେହରାନ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଆଜି ଇରାନର ୬ଟି ସାମରିକ ବିମାନଘାଟି ଉପରେ ଆକ୍ରମଣ କରି ୧୫ଟି ଯୁଦ୍ଧ ବିମାନ ଓ ହେଲିକପ୍ଟର ନଷ୍ଟ କରିଛି। ଇରାନ ସେନାର ଏଫ୍-୧୪, ଏଫ୍-୫ ଏବଂ ଏଏଚ୍-୧ ବିମାନ ଧ୍ୱଂସ ହୋଇଥିବା ବେଳେ ୬ଟି ବିମାନଘାଟି ଓ ଭୂତଳ ଆପାର୍ଟମେଣ୍ଟର ରନୱେ କ୍ଷତିଗ୍ରସ୍ତ ହୋଇଛି ବୋଲି ଆଇଡିଏଫ୍ ଦାବି କରିଛି। ରବିବାର ଇରାନର ତିନିଟି ପରମାଣୁ ସ୍ଥଳ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ ପରେ ତେଲ୍ ଅଭିଭ୍ ଓ ହାଇଫା ଭଳି ପ୍ରମୁଖ ଇସ୍ରାଏଲ ସହରକୁ ଟାର୍ଗେଟ୍ କରି ଇରାନ ଏକାଧିକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଆମେରିକାର ଆକ୍ରମଣ ଯୋଗୁଁ ଇରାନର ଆଣବିକ ସ୍ଥଳଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଏହାର ସବୁଠାରୁ ବଡ଼ ପ୍ରଭାବ ସ୍ଥଳଭାଗଠାରୁ ବହୁତ ତଳେ ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ଇରାନ ଆମେରିକାର ଆକ୍ରମଣକୁ ନିନ୍ଦା କରିବା ସହ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଇସ୍ରାଏଲ ଓ ଆମେରିକାକୁ କଡ଼ା ଜବାବ ଦେବା ନେଇ ଚେତାବନୀ ଦେଇଛନ୍ତି। ତାଙ୍କ ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଆମେରିକାର ଆକ୍ରମଣକୁ ନିନ୍ଦା କରିଛନ୍ତି। ୧୯୭୯ ଇସଲାମିକ ବିପ୍ଳବ ପରେ ଇରାନ ବିରୋଧରେ ଏହି ଆକ୍ରମଣ ସବୁଠାରୁ ଗମ୍ଭୀର ପାଶ୍ଚାତ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା। ଇରାନ-ଇସ୍ରାଏଲ ସଂଘର୍ଷରେ ଆମେରିକାର ପ୍ରତ୍ୟକ୍ଷ ସମ୍ପୃକ୍ତି ପରେ ଭାରତ ସମେତ ଅନେକ ଦେଶ ଚିନ୍ତା ପ୍ରକଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ