Monday, February 23, 2026
33.6 C
Odisha

    ଇରାନ୍ ବିବାଦ : ତୀବ୍ର ପ୍ରତିବାଦ ଯୋଗୁଁ ଇଣ୍ଟରନେଟ୍ ସେବା ଏବଂ ବିମାନ ବାତିଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ ବିରୋଧୀ ପ୍ରତିବାଦ ପାଇଁ ଆମେରିକା ଏବଂ ଇସ୍ରାଏଲର ଆତଙ୍କବାଦୀ ଏଜେଣ୍ଟମାନଙ୍କୁ ଦାୟୀ କରାଯାଇଛି ।

    ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଇରାନରେ ୨୮ ଡିସେମ୍ବର ୨୦୨୫ ରେ ତେହେରାନର ଦୁଇଟି ବଜାରରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି । ଦେଶବ୍ୟାପୀ ପ୍ରତିବାଦରେ ୬୫ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । କୌଣସି ଏକ ରିପୋର୍ଟ ଅନୁଯାୟୀ, ୩୧ଟି ପ୍ରଦେଶର ୧୮୦ଟି ସହରର ୫୧୨ଟି ସ୍ଥାନରେ ପ୍ରତିବାଦ ବ୍ୟାପିଛି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବନ୍ଦ କରିବାର ନିଷ୍ପତ୍ତି ସକ୍ଷମ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଛି ବୋଲି ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ।

    ଏଥିସହ ଦୁବାଇ ଏବଂ ଇରାନ୍ ମଧ୍ୟରେ ଅତି କମରେ ୧୭ଟି ଉଡ଼ାଣ ବାତିଲ କରାଯାଇଛି । ଇରାନରେ ଚାଲିଥିବା ଅଶାନ୍ତି ଯୋଗୁଁ ତୁର୍କୀ ଏୟାରଲାଇନ୍ସ ମଧ୍ୟ ଇରାନ ଉପରେ ଅନେକ ଉଡ଼ାଣ ବାତିଲ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.6 ° C
    33.6 °
    33.6 °
    18 %
    3.1kmh
    0 %
    Mon
    34 °
    Tue
    33 °
    Wed
    34 °
    Thu
    35 °
    Fri
    35 °

    ସମ୍ବନ୍ଧିତ