ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ ବିରୋଧୀ ପ୍ରତିବାଦ ପାଇଁ ଆମେରିକା ଏବଂ ଇସ୍ରାଏଲର ଆତଙ୍କବାଦୀ ଏଜେଣ୍ଟମାନଙ୍କୁ ଦାୟୀ କରାଯାଇଛି ।
ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଇରାନରେ ୨୮ ଡିସେମ୍ବର ୨୦୨୫ ରେ ତେହେରାନର ଦୁଇଟି ବଜାରରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି । ଦେଶବ୍ୟାପୀ ପ୍ରତିବାଦରେ ୬୫ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । କୌଣସି ଏକ ରିପୋର୍ଟ ଅନୁଯାୟୀ, ୩୧ଟି ପ୍ରଦେଶର ୧୮୦ଟି ସହରର ୫୧୨ଟି ସ୍ଥାନରେ ପ୍ରତିବାଦ ବ୍ୟାପିଛି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବନ୍ଦ କରିବାର ନିଷ୍ପତ୍ତି ସକ୍ଷମ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଛି ବୋଲି ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ।
ଏଥିସହ ଦୁବାଇ ଏବଂ ଇରାନ୍ ମଧ୍ୟରେ ଅତି କମରେ ୧୭ଟି ଉଡ଼ାଣ ବାତିଲ କରାଯାଇଛି । ଇରାନରେ ଚାଲିଥିବା ଅଶାନ୍ତି ଯୋଗୁଁ ତୁର୍କୀ ଏୟାରଲାଇନ୍ସ ମଧ୍ୟ ଇରାନ ଉପରେ ଅନେକ ଉଡ଼ାଣ ବାତିଲ କରିଛି ।

