ୱାସିଂଟନ,୧୬।୧(): ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରଦର୍ଶନ ଉଗ୍ର ଓ ନିର୍ଣ୍ଣାୟକ ମୋଡ଼ରେ ଉପନୀତ ହୋଇଥିବା ବେଳେ ଆମେରିକା ଇରାନର ଆଖପାଖ ଅଞ୍ଚଳରେ ନିଜର ସାମରିକ ଉପସ୍ଥିତିକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଆମେରିକା ନୌସେନାର ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପ୍ ଦକ୍ଷିଣ ଚୀନ୍ ସାଗରରୁ ମଧ୍ୟପ୍ରାଚ୍ୟକୁ ଯାତ୍ରା କରିବା ଆରମ୍ଭ କରିଛି । ୟୁଏସ୍ଏସ୍ ଆବ୍ରାହାମ ଲିଙ୍କନ ହେଉଛି ଆମେରିକା ନୌସେନାର ଏକ ପରମାଣୁ ଶକ୍ତିସମ୍ପର୍ଣ୍ଣ ବିମାନ ବାହକ । ଏହାକୁ ବିଶ୍ୱର ସବୁଠାରୁ ବଡ଼ ଓ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧଜାହଜଗୁଡିକ ମଧ୍ୟରେ ଗୋଟିଏ ବୋଲି ବିବେଚନା କରାଯାଏ ।
ଆମେରିକା ସମାଚାର ୱେବ୍ସାଇଟ୍ ନ୍ୟୁଜ ନେସନର ଏକ ରିପୋର୍ଟ ଅନୁଯାୟୀ, ଇରାନ ଆକାଶ ସୀମା ବନ୍ଦ ହେବାର ମାତ୍ର ଗୋଟିଏ ଘଣ୍ଟା ପରେ ଏହି ନିଷ୍ପତ୍ତିି ନିଆଯାଇଛି । ରିପୋର୍ଟ ଅନୁସାରେ ଚୀନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏହି ଷ୍ଟ୍ରାଇକ ଗ୍ରୁପ୍ ଦକ୍ଷିଣ ଚୀନ ସାଗରରେ ମୁତୟନ କରାଯାଇଥିଲା । କିନ୍ତୁ ଏବେ ଏହାର ଗତିଶୀତଳା ଅର୍ଥାତ ଏହା ଇରାନ ଆଡକୁ ଯିବା ଲକ୍ଷ୍ୟ କରାଯାଇଛି । କିନ୍ତୁ ମଧ୍ୟପ୍ରାଚ୍ୟରେ ଏହା ପହଞ୍ଚିବାକୁ ଅତିକମ୍ରେ ଗୋଟିଏ ସପ୍ତାହ ସମୟ ଲାଗିବ । ଏପର୍ଯ୍ୟନ୍ତ ଆମେରିକା ଅଧିକାରୀ ମାନେ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନାହାନ୍ତି ବା କିଛି ସ୍ପଷ୍ଟ କରିନାହାନ୍ତି । ପୂର୍ବରୁ ଆକ୍ରମଣ କରିବା ପୂର୍ବରୁ ଆମେରିକା ସମାନ ଢଙ୍ଗରେ ଭେନେଜୁଏଲା ଉପକୂଳରେ ଏହାର ମୁତୟନ କରିଥିଲା । ଏବେ ଏହି ଷ୍ଟ୍ରାଇକ ଗ୍ରୁପ୍ ଏବେ ଦକ୍ଷିଣ ଚୀନ ସାଗରରୁ ସେଣ୍ଟ୍ରାଲ କମାଣ୍ଡ (ସିଇଏନଟିସିଓଏମ୍) କ୍ଷେତ୍ର ଆଡକୁ ଗତି କରୁଛି । ଏହା ମଧ୍ୟପ୍ରାଚ୍ୟ, ଉତ୍ତରପୂର୍ବ ଆଫ୍ରିକା, କେନ୍ଦ୍ର ଏସୀଆ ଓ ଦକ୍ଷିଣ ଏସିଆର ୨୧ଟି ଦେଶକୁ କଭର କରିବ । ଏବେ କିନ୍ତୁ ମଧ୍ୟପ୍ରାଚ୍ୟରେ କୌଣସି ଆମେରିକାର କୌଣସି ଷ୍ଟ୍ରାଇକ୍ ଗ୍ରୁପ୍ ମୁତୟନ ହୋଇନାହିଁ । ଏହାପୂର୍ବରୁ ୟୁଏସ୍ଏସ୍ ଆବ୍ରାହାମ ଲିଙ୍କନ ଦକ୍ଷିଣ ଚୀନ ସାଗରରେ ରୁଟି ଅପରେସନ କରୁଥିଲା । ଏହି ଗ୍ରୁପ୍ରେ ଏକ ସୁପରକ୍ୟାରିୟର, ୩-୬ ବିଧ୍ୱଂସକ, ୧-୨ ବୁଡ଼ାଜାହାଜ, ୭ରୁ ୮ ହଜାର ସୈନ୍ୟ, ୬୫-୭୦ ବିମାନ (ଏଫ୍-୩୫ଏସ୍, ଏଫ/ଏ-୧୮ଏସ୍) ସାମିଲ ଥିଲା ।

