Tuesday, July 28, 2026
25.4 C
Odisha

    IIC ବିଉଟି ମହାନ୍ତି ମୃତ୍ୟୁ ମାମଲାରେ କଟକ ଡିସିପିଙ୍କ ପ୍ରତିକ୍ରିୟା, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ସ୍ପଷ୍ଟ

    ଆଗକୁ ପଢନ୍ତୁ

    କଟକ: ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ରହସ୍ୟ ଖୋଲିବ ପୋଷ୍ଟମୋର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ତାଙ୍କର ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି କହିଛନ୍ତି ଡିସିପି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ପରିବାର, ଥାନାରେ ଥିବା କର୍ମଚାରୀ ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି । କଟକ ଚଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଓଡ଼ିଶା ପୋଲିସ ବିଭାଗ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

    ଗତ ଜୁଲାଇ ୪ ତାରିଖରେ ଥାନା ପରିସରରେ ଥିବା ସରକାରୀ ବାସଭବନର ଶୌଚାଳୟରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ସମ୍ବେଦନଶୀଳ ମାମଲାରେ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ଏବେ ପୋଷ୍ଟମର୍ଟମ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ପୋଲିସ ପ୍ରାଥମିକ ସ୍ତରରେ ଏହାକୁ ମାନସିକ ଚାପ କିମ୍ବା ବ୍ୟକ୍ତିଗତ କାରଣରୁ ଜୀବନ ହାରିଥିବା ସନ୍ଦେହ କରୁଥିବା ବେଳେ, ବ୍ୟୁଟିଙ୍କ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଶରୀରରେ ଥିବା କ୍ଷତ ଚିହ୍ନ ଏବଂ ମୃତ୍ୟୁର ପୂର୍ବ ଦିନ ଜଣେ ବ୍ୟକ୍ତିଙ୍କ ସହ ହୋଇଥିବା ପାଟିତୁଣ୍ଡକୁ ଆଧାର କରି ପରିବାର ପକ୍ଷରୁ ପୁନଃ-ପୋଷ୍ଟମର୍ଟମ ପାଇଁ ଦାବି ହୋଇଛି।

    ଅପରପକ୍ଷରେ, ବିଜେଡି ପକ୍ଷରୁ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଏହାର ତଦନ୍ତ ପାଇଁ ଦାବି କରାଯାଇଛି । କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ସାଇଣ୍ଟିଫିକ୍ ଦଳ, ସିସିଟିଭି ଫୁଟେଜ୍, ମୋବାଇଲ୍ ଚାଟ୍ SFSL କୁ ପଠାଯାଇଛି । ଆର୍ଥିକ ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି । ବ୍ୟାଙ୍କ୍ ଗୁଡିକୁ ଏଥିପାଇଁ ତଥ୍ୟ ମଗାଯାଇଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । ଯେକୌଣସି ଅସ୍ୱାଭାବିକ କିମ୍ବା ସନ୍ଦେହଜନକ ମୃତ୍ୟୁ କ୍ଷେତ୍ରରେ ମୃତଦେହ ବ୍ୟବଚ୍ଛେଦ ବାଧ୍ୟତାମୂଳକ । ବେକରେ ଥିବା ଦାଗରୁ ଜଣାପଡ଼ିବ ଯେ ଏହା ଏହି ମୃତ୍ୟୁ ଶ୍ୱାସରୁଦ୍ଧ ନା କେହି ଗଳା ଚିପି ହତ୍ୟା କରିବା ପରେ ମୃତଦେହକୁ ଝୁଲାଇ ଦେଇଛି ।

    ଜୀବନ ହାରିଲେ ବେକର ଦାଗ ସାଧାରଣତଃ ଉପରମୁଖା ହୋଇଥାଏ, କିନ୍ତୁ ହତ୍ୟା କ୍ଷେତ୍ରରେ ଏହା ସମାନ୍ତରାଳ ବା ପଛପଟକୁ ହୋଇଥାଏ । ବେକର ହାଡ଼ ଭାଙ୍ଗିଛି କି ନାହିଁ, ଶରୀରରେ ଥିବା କଳା ଦାଗଗୁଡ଼ିକ ଆଘାତ ଜନିତ କିମ୍ବା ମୃତ୍ୟୁ ଆତ୍ମରକ୍ଷା ପାଇଁ ଲଢ଼େଇ କରିବା ବେଳର କି ନାହିଁ ତାହା ମେଡିକାଲ୍ ରିପୋର୍ଟରୁ ସ୍ପଷ୍ଟ ହେବ । ଶବ ବ୍ୟବଚ୍ଛେଦ ଦ୍ୱାରା ମୃତ୍ୟୁର ଆନୁମାନିକ ସମୟ ଜଣାପଡ଼ିବ, ଯାହାକୁ ପୋଲିସ ସିସିଟିଭି ଏବଂ ଫୋନ୍ କଲ୍ ଟାଇମଲାଇନ୍ ସହ ମିଳାଇ ଦେଖିପାରିବ ।
    ପୋଷ୍ଟମର୍ଟମ ରିପୋର୍ଟ କେବଳ ଡାକ୍ତରୀ ଏବଂ ବୈଜ୍ଞାନିକ ପ୍ରମାଣ ଦେଇଥାଏ ଏହା ନିଜେ ସମ୍ପୂର୍ଣ୍ଣ ଆଦେଶ ନୁହେଁ । ମାମଲାର ପୂରା ସତ୍ୟ ପଦାକୁ ଆଣିବା ପାଇଁ ଏହି ରିପୋର୍ଟ ସହିତ ଡିଜିଟାଲ୍ ଫୋରେନସିକ୍, ପାରିପାର୍ଶ୍ୱିକ ସ୍ଥିତି ଏବଂ ସାକ୍ଷୀମାନଙ୍କ ବୟାନର ସମନ୍ୱୟ ଆବଶ୍ୟକ । ରିପୋର୍ଟ ଆସିବା ପରେ ତଦନ୍ତକୁ ଏକ ନୂଆ ଦିଗ ଦେବ। ବ୍ୟୁଟି ମହାନ୍ତି ଜଣେ କର୍ତ୍ତବ୍ୟନିଷ୍ଠ, ହସମୁଖ ଏବଂ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ଦକ୍ଷ ପୋଲିସ ଅଧିକାରୀ ଥିଲେ ।.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.4 ° C
    25.4 °
    25.4 °
    84 %
    5kmh
    100 %
    Tue
    25 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ