Friday, March 27, 2026
31.5 C
Odisha

    ଈଶା ଫାଉଣ୍ଡେସନ୍‌ ଉପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଦ୍‌ଗୁରୁଙ୍କ ଈଶା ଫାଉଣ୍ଡେସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ପୁଲିସ୍‌। ସୁପ୍ରିମକୋର୍ଟ ଗୁରୁବାର ଦିନ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ତାମିଲନାଡୁର କୋଏମ୍ବାଟୁରରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ ଜାଗି ବସୁଦେବଙ୍କ ଈଶା ଫାଉଣ୍ଡେସନ ବିରୋଧରେ ପୁଲିସ୍‌କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଦ୍ରାସ ହାଇକୋର୍ଟ ଅନୁମତି ଦେଇଥିବା ବେଳେ ଏବେ ତାହା ଉପରେ ରୋକ୍‌ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

    ମାଦ୍ରାସ ହାଇକୋର୍ଟ ଈଶା ଫାଉଣ୍ଡେସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‌କୁ ଅନୁମତି ଦେବା ପରେ ଈଶା ଫାଉଣ୍ଡେସନ୍‌ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ତାମିଲନାଡୁ ସରକାରଙ୍କୁ ଫାଉଣ୍ଡେସନ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଅପରାଧିକ ମାମଲାର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ଅଦାଲତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ ଲଗାଇଛନ୍ତି।

    ମାମଲାର ଶୁଣାଣି କରି ତିନି ଜଣିଆ ବିଚାରପତି ଦଳ କହିଛନ୍ତି, “ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଲିସ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।’’ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ ତାରିଖରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ