Saturday, October 10, 2026
23.6 C
Odisha

    ଈଶ୍ୱରଙ୍କ ସାନ୍ନିଧ୍ୟ

    ଆଗକୁ ପଢନ୍ତୁ

    ପରମହଂସ ଯୋଗାନନ୍ଦ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଜଳ ଜାହାଜରେ ବିଦେଶ ଯାତ୍ରା କରୁଥାନ୍ତି । ତାଙ୍କ ପାର୍ଶ୍ଵରେ ସେହି ଜାହାଜରେ ଜଣେ ମୌଲାନା ଓ ଆଉ ଜଣେ ପାଦ୍ରୀ ମଧ୍ୟ ଯାତ୍ରା କରୁଥାନ୍ତି । ତାଙ୍କ ମଧ୍ୟରେ ସର୍ବଧର୍ମ ସମନ୍ଵୟ ସମ୍ବନ୍ଧୀୟ ବିଭିନ୍ନ ସାରଗର୍ଭକ ଆଲୋଚନା ଚାଲିଥାଏ । ମୌଲାନା କହିଲେ,“ଈଶ୍ଵର ତ ସର୍ବବ୍ୟାପୀ । ସେ ସର୍ବତ୍ର ବିରାଜମାନ ।“ ପାଦ୍ରୀ କହିଲେ,”ହଁ ହଁ, ତାଙ୍କର ବିନା ଇଙ୍ଗିତରେ ଗଛର ପତ୍ରଟିଏ ମଧ୍ୟ ହଲେ ନାହିଁ । କୁଟାଟିଏ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯାଇପାରେ ନାହିଁ । ତେବେ ମନୁଷ୍ୟ ସେହି ଅଦୃଶ୍ୟ ଶକ୍ତି ଈଶ୍ଵରଙ୍କୁ ଚିହ୍ନିପାରେ ନାହିଁ,ଜାଣିପାରେ ନାହିଁ,ବୁଝିପାରେ ନାହିଁ କାହିଁକି? ଏହାର ରହସ୍ୟ କଣ?” ପାଦ୍ରୀ ଓ ମୌଲାନା ତାଙ୍କ ଆଲୋଚନା ମାଧ୍ୟମରେ ଏହି ପ୍ରଶ୍ନର ଯଥାର୍ଥ ସମାଧାନର ସୂତ୍ର ଖୋଜି ପାଉନଥାନ୍ତି ବା କୌଣସି ନିଷ୍କର୍ଷ ରେ ପହଞ୍ଚିପାରୁ ନଥାନ୍ତି । ତାଙ୍କ ପାର୍ଶ୍ଵରେ ଥାଇ ପରମହଂସ ଯୋଗାନନ୍ଦ ସମସ୍ତ କଥା ଶ୍ରବଣ କରୁଥାନ୍ତି। ସେ କିପରି ଭାବରେ ଏଦୁଇ ଜଣଙ୍କୁ ଈଶ୍ଵରଙ୍କୁ ଜାଣିବାର,ଅନୁଭବ କରିବାର ପ୍ରତିବନ୍ଧକର କାରଣ ବୁଝାଇବେ ଏହା ଚିନ୍ତା କରୁଥାନ୍ତି । ହଠାତ୍ ସେ ସମୁଦ୍ର ଜଳରେ ଭାସମାନ ଅବସ୍ଥାରେ ଥିବା ଏକ ପ୍ଲାଷ୍ଟିକ ବୋତଲକୁ ନିରୀକ୍ଷଣ କଲେ । ଲକ୍ଷ୍ୟ କଲେ ଯେ ସେଥ‌ିରେ କିଛି ଜଳ ରହିଛି । ପ୍ଲାଷ୍ଟିକ ବୋତଲଟି ସମୁଦ୍ରର ଜଳରେ ଦୋଳାୟମାନ ହେଉଛି । ସେ ମୌଲାନା ଓ ପାଦ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ,”ଏଇ ବାହାର ଜଳକୁ ଅନୁଧ୍ୟାନ କରନ୍ତୁ ।“ ମୌଲାନା ଓ ପାଦ୍ରୀ କିଛି ସମୟ ଅନୁଧ୍ୟାନ କରି କହିଲେ,“ହଁ ହଁ । ଗୋଟିଏ ପ୍ଲାଷ୍ଟିକ ବୋତଲ ଜଳ ସ୍ରୋତରେ ଭାସମାନ ଅବସ୍ଥାରେ ଦୋଳାୟମାନ ହେଉଛି ।“ ଯୋଗନନ୍ଦ ପୁଣି ଦେଖାଇ କହିଲେ,”ଆଉ କ’ଣ ଲକ୍ଷ୍ୟ କରୁଛନ୍ତି?” ମୌଲାନା କହିଲେ,“ହଁ, ସେଥିରେ କିଛି ଜଳ ଆବଦ୍ଧ ଅବସ୍ଥାରେ ଅଛି ।“ ପାଦ୍ରୀ କହିଲେ,“ହେଲେ ଆପଣଙ୍କର ଏଇ ପ୍ଲାଷ୍ଟିକ ବୋତଲ ଦେଖାଇବାର ପ୍ରକୃତ ଉଦ୍ଦେଶ୍ୟ କଣ?”

    ଯୋଗାନନ୍ଦ କହିଲେ,”ଆପଣ ଆଲୋଚନା କରୁଥିବା ପ୍ରସଙ୍ଗକୁ ଆସନ୍ତୁ ଉତ୍ତର ପାଇଯିବେ । ଦେଖନ୍ତୁ ବୋତଲ ମଧ୍ୟରେ ଆବଦ୍ଧ ଅବସ୍ଥାରେ କିଛି ଜଳ ଅଛି । ବୋତଲର ଠିପି ବନ୍ଦ ଥିବାରୁ ସେଇ ଭିତର ପାଣି ଦୋଳାୟିତ ହେଉଥିଲେ ମଧ୍ୟ ବିରାଟ ଜଳରାଶି ସହ ମିଶିପାରୁ ନାହିଁ । ଆମେ ଯଦି ଠିପିଟି ଖୋଲିଦେବା ତେବେ ସେହି ପାଣିତକ ସାଗର ପାଣି ସହ ମିଶିଯାଇ ପାରିବ । ଠିକ୍‌ ସେପରି ଆମ୍ଭେ ସାଂସାରିକ ମାୟା,ମୋହ,ଅଜ୍ଞାନତା କାରଣରୁ ଈଶ୍ଵରଙ୍କ ବିରାଟ ସଭାକୁ ଚିହ୍ନି ପାରୁନାହାଁନ୍ତି କି ଈଶ୍ଵରଙ୍କ ସହିତ ମିଶି ପାରୁନାହାନ୍ତି । ଆମର ସମସ୍ତ ବନ୍ଧନ ଖୋଲିଦେଇ (ବୋତଲର ଠିପି ପରି) ଈଶ୍ଵରଙ୍କ ସତ୍ତା ଉପଲବ୍ଧି କରି ତାଙ୍କ ସହିତ ମିଶିଯିବାକୁ ସାଧନା କରିବାକୁ ପଡିବ । ଏଥର ମୌଲାନା ଓ ପାଦ୍ରୀ ପରମହଂସ ଯୋଗାନନ୍ଦଙ୍କ ଅସଲ ଜ୍ଞାନ ଓ ଧୀମତାର ପରିଚୟ ପାଇଗଲେ।

    ଯୋଗାନନ୍ଦ ୧୮୫୩ ମସିହାରେ ଉତ୍ତର ପ୍ରଦେଶର ଗୋରଖପୁର ଠାରେ ଏକ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦ୍ୱାରା ୧୯୪୬ ରେ ‘ଯୋଗୀର ଆତ୍ମଚରିତ’ ଲେଖାଯାଇଥିଲା । ତାଙ୍କ ଗୁରୁଥଲେ ଯୁକ୍ତେଶ୍ଵର ଗିରି। ସେ ନିଜର ଶେଷ ୩୨ ବର୍ଷ ଆମେରିକାରେ ରହି ବିତେଇ ଥିଲେ। ତାଙ୍କ ଶାନ୍ତ ସରଳ ଜୀବନ ଓ ଉଚ୍ଚ ଭାବନା ସମସ୍ତଙ୍କୁ ଆକର୍ଷିତ କରେ । ସେ ୧୯୫୨ ମସିହା ମାର୍ଚ୍ଚ ୭ ତାରିଖରେ ଦେହତ୍ୟାଗ କରିଥିଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ