Wednesday, October 14, 2026
26.2 C
Odisha

    ଉକୁଣୀ ନେଲା ନାବାଳିକାର ଜୀବନ, ଅନେକ ପ୍ରତିକାର କରିବା ସତ୍ତ୍ୱେ ହେଲା ନାହିଁ ଭଲ

    ଆଗକୁ ପଢନ୍ତୁ

    ଗୋପ : ଉକୁଣୀ ନେଲା ନାବାଳିକାର ଜୀବନ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହି ୧୨ ବର୍ଷିୟା ନାବାଳିକା ମୃତ । ମୃତକ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା । ମା’ ଲଣ୍ଡା ହେବାକୁ କହିଥିଲେ ମଧ୍ୟ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ ।

    ଏହାରି ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ । ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକେ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା । ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ ।  ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ