Saturday, April 11, 2026
37.5 C
Odisha

    ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇଁ କରନ୍ତୁ ମେଥିର ସେବନ

    ଆଗକୁ ପଢନ୍ତୁ

    ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ଯୋଗୁ ଏହାକୁ ‘ସାଇଲେଣ୍ଟ କିଲର୍‌’ ବୋଲି କୁହାଯାଇଥାଏ। ପ୍ରତି ମନୁଷ୍ୟର ରକ୍ତ ଚାପ ୧୨୦/୮୦ ରହିବା ଉଚିତ। ହେଲେ ଦୀର୍ଘ ସମୟ ଧରି ଏଥିରୁ ଅଧିକ ରହିଲେ ହୃଦ୍‌ଘାତ ହେବାର ସମ୍ଭାବନା ଥାଏ। ଏଥିରୁ ରକ୍ଷା ପାଇବା ଲାଗି ଦିନଚର୍ଯ୍ୟା ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଉଚିତ।
    ଖାଦ୍ୟ କଥା ଉଠିଲେ ରକ୍ତଚାପ ନିୟନ୍ତ୍ରଣ ଲାଗି ମେଥି ବେଶ ଭଲ। ଆସନ୍ତୁ ଏ ବିଷୟରେ ଜାଣିବା :-

    ମୋଟାପଣ କମ୍‌ କରେ : ପ୍ରତ୍ୟେହ ୫୦୦ ମିଲିଗ୍ରାମ ମେଥି ସେବନ କରିବା ଦ୍ୱାରା ଶରୀରର ଚର୍ବି ଅଂଶ କମ୍‌ ହୋଇଥାଏ। କାରଣ ମେଥିରେ ପ୍ରଚୁର ଫାଇବର ଥାଏ। ଏହା ଭୋକ ହେବାକୁ ଦେଇ ନ ଥାଏ। ଫଳରେ ଲୋକମାନେ ଅଧିକ ଖାଇବାରୁ ନିବୃତ୍ତ ରୁହନ୍ତି। ଏହାଛଡ଼ା ମେଥିର ଚା’ ପିଉଥିବା ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଅପେକ୍ଷା କମ୍‌ ଭୋକ ଲାଗିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି।

    ରକ୍ତଚାପ ନିୟନ୍ତ୍ରଣ : ମେଥିରେ କେରୋଟିନ୍‌, ଫୋଲିକ ଏସିଡ୍‌, ମ୍ୟାଗ୍ନେସିୟମ, ଜିଙ୍କ, କପର ଏବଂ ସୋଡିୟମ ଭଳି ପୋଷକ ତତ୍ତ୍ୱ ଥାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣକୁ ଆଣିଥାଏ। ଏଥିସହ ଖରାପ କୋଲେଷ୍ଟରଲ ସ୍ତରକୁ କମ୍‌ କରିବାରେ ସହାୟକ ହୋଇଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା କମ୍‌ ହୋଇଥାଏ।

    କିଭଳି କରିବେ ବ୍ୟବହାର : ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଗ୍ଲାସକୁ ଢ଼ାଳି ଦିଅନ୍ତୁ। ସ୍ବାଦ ଆଣିବା ପାଇଁ ଏଥିରେ ଆପଣ ଲେମ୍ବୁ ଏବଂ ମହୁ ପକାଇପାରିବେ। ପରେ ଏହି ଚା’କୁ ସେବନ କରିହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ