Thursday, October 9, 2025
23.6 C
Odisha

    ଉପର ପଡିଆରେ ହେବ ବାଲିଯାତ୍ରା, ଓଡିଶା ହାଇକୋର୍ଟ ଦେଲେ ଅନୁମତି

    ଆଗକୁ ପଢନ୍ତୁ

    କଟକ : ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ ଏ ନେଇ ଦେଲେ ଅନୁମତି। ହାଇକୋର୍ଟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସତ୍ୟପାଠ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜି ୯ ତାରିଖ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି ।

    ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    91 %
    1.1kmh
    87 %
    Thu
    24 °
    Fri
    29 °
    Sat
    29 °
    Sun
    29 °
    Mon
    29 °

    ସମ୍ବନ୍ଧିତ