Thursday, February 19, 2026
16.7 C
Odisha

    ଏଆଇ ସମ୍ମିଟ୍ ରେ ବିଲ୍‍ ଗେଟସଙ୍କୁ ସାକ୍ଷାତ କଲେ ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ୍ ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ମାଇକ୍ରୋସଫ୍ଟ ଏବଂ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍‍ ଗେଟସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟରେ ଆଲୋଚନା ହୋଇଥିଲା । ବିଶେଷ କରି କିସ୍‍ ଓ ଗେଟସ ଫାଉଣ୍ଡେସନ୍‍ କିଭଳି ଜେଣ୍ଡର ଇକ୍ୱାଲିଟି ଉପରେ ମିଳିତ ଭାବେ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା ।  କିସ୍‍ ଜରିଆରେ ଅଚ୍ୟୁତ ସାମନ୍ତ ଦୀର୍ଘ ୩୩ ବର୍ଷ ଧରି ଯେଉଁ କାର୍ଯ୍ୟ କରିଆସୁଛନ୍ତି ସେଥିପାଇଁ ବିଲ୍‍ ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

    ଏହି ଅବସରରେ ବିଲ୍‍ ଗେଟସ ଶ୍ରୀ ସାମନ୍ତଙ୍କୁ ପ୍ରଦାନ କରିଥିବା ତାଙ୍କ ପୁସ୍ତକରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରି ଗ୍ରେଟ୍‍ ୱାର୍କ ବୋଲି ଉଲ୍ଲେଖ କରିଛନ୍ତି ।  ଶ୍ରୀ ସାମନ୍ତ ମଧ୍ୟ ନିଜ ଲିଖିତ ଦୁଇଟି ପୁସ୍ତକ ବିଲ୍‍ ଗେଟସଙ୍କୁ ପ୍ରଦାନ କରିଥିଲେ ।  ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଶ୍ରୀ ସାମନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    16.7 ° C
    16.7 °
    16.7 °
    62 %
    1.3kmh
    18 %
    Thu
    34 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ