Wednesday, March 25, 2026
33 C
Odisha

    ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ମାର୍ଚ୍ଚ ୨୬ ରୁ ୩୧ ଲିଙ୍ଗରାଜ ମହୋତ୍ସବ : ଯୋଗଦେବେ ୭୦୦ କଳାକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ପଞ୍ଚଦଶ ଲିଙ୍ଗରାଜ ମହୋତ୍ସବ ଅନୁଷ୍ଠିତ ହେବ । ଏହା ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଚାଲିବ । ଏଥିରେ ୭୦୦ରୁ ଉର୍ଦ୍ଧ୍ୱ କଳାକାର ଯୋଗଦେବେ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ରୁକୁଣା ରଥଯାତ୍ରା ଉପଲକ୍ଷେ ଏହି ଲିଙ୍ଗରାଜ ମହୋତ୍ସବର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ, ସାଧାରଣ ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି ।

    ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ ଓ ଶ୍ରୀ ମିଶ୍ର କହିଛନ୍ତି, ଚଳିତବର୍ଷ ଅଧିକ ପଡ଼ୋଶୀ ତଥା ଓଡ଼ିଶାର କଳାକାରମାନେ ନୃତ୍ୟ ପରିବେଷଣ କରିବେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ପ୍ରତିଭା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ସହିତ ବୀଣାପାଣି କଳାନିକେତନ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସତ୍ୟବାଦୀ ମହାବିଦ୍ୟାଳୟ, ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ, ତ୍ରିଧାରା, କୋଶଳ ଫୋକସ ଡ୍ୟାନ୍ସ ଏକାଡ଼େମୀ, କଳାନିକେତନ, ପୂର୍ବାଞ୍ଚଳ ସାଂସ୍କୃତିକ କଳାକେନ୍ଦ୍ର (ଇଜେଡ଼ ସିସି) କୋଲକତାର ଭାରତ ନାଟ୍ୟମ, ପୁରୁଲିଆ ଛଉ, ଶ୍ରଦ୍ଧା କ୍ରିଏଟିଭ, ଜଟାଧାରୀ ବେହେରାଙ୍କ ପ୍ରସିଦ୍ଧ ଘୋଡ଼ାନାଚ, ଶିଳ୍ପୀକା, ଆଦିବାସୀ ନୃତ୍ୟ, ପାଇକ ଆଖଡ଼ା, ବ୍ଲୁ ଆଣ୍ଡ ବ୍ରାଇଟ୍ ଏକାଡ଼େମୀ, ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ଗୁରୁ ନିରଞ୍ଜନ ରାଉତ, ଦିବ୍ୟଶ୍ରୀ ଗାଙ୍ଗୁଲି, ସିଂଗମ, ନୃତ୍ୟାର୍ଚ୍ଚନା, ସ୍ୱପ୍ନାରାଣି ସିହ୍ନା, ଫୁଲବାଣୀର ଧେମ୍‌ସା, ସ୍ମୃତି କଳାକେନ୍ଦ୍ର, ଅଞ୍ଚଳ ପାଣ୍ଡେ ଆଦି ୩୪ଟି ଟ୍ରୁପ୍‌ର ସୁନାମଧନ୍ୟ କଳାକାରମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିବେ ।

    ଏହି ସମସ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିବେ ବାସୁଦେବ ନାଥ । ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ଶିବାନନ୍ଦ ରାୟ, ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଲଲାଟେନ୍ଦୁ ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, କେଦାର ନାଥ ମହାପାତ୍ର, ଗଣେଶ ପାଲ, ପ୍ରମୋଦ କୁମାର ଦାସ, ବିଶ୍ୱନାଥ ମହାପାତ୍ର, ପ୍ରତାପ ପଟ୍ଟନାୟକ, ସୁଧୀର ରଞ୍ଜନ ଜେନା, ତପନ ମହାସୁପକାର, ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ରବିନାରାୟଣ ନାଏକ ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33 ° C
    33 °
    33 °
    32 %
    1.3kmh
    50 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ