Tuesday, August 19, 2025
26.5 C
Odisha

    ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା। ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍‌ରେ ବୁକ୍ ହେବ ଆମ୍ବୁଲାନ୍ସ । ଘରୋଇ ଆମ୍ବୁଲାନ୍ସଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ । ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି
    ସେ କହିଛନ୍ତି, ଅଟୋ, ଟ୍ୟାକ୍ସି ପରେ  ଘରୋଇ  ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍‌ ସହ ଯୋଡ଼ାଯିବ। ଆମ୍ବୁଲାନ୍ସ ସେବା ଦର ସରକାର ନିର୍ଦ୍ଧାରଣ କରିବେ । ଏହାଦ୍ୱାରା ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ବି ପାଇବେ ସାଧାରଣ ଲୋକେ । ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    85 %
    1.3kmh
    100 %
    Tue
    29 °
    Wed
    29 °
    Thu
    30 °
    Fri
    27 °
    Sat
    24 °

    ସମ୍ବନ୍ଧିତ