Saturday, April 4, 2026
29 C
Odisha

    ଏଣିକି ଓଡ଼ିଆରେ ନାମଫଳକ ମାରିବା ବାଧ୍ୟତାମୂଳକ, ଉଲ୍ଲଂଘନ କଲେ ୫ରୁ ୨୦ ହଜାର ଯାଏ ଜରିମାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତାମୂଳକ। ଯଦି ନ ଲେଖିବେ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ନଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମ ଥର ନିୟମ ଉଲଂଘନ ପାଇଁ ଅତିକମରେ ୫ ହଜାର ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

    ଦ୍ଵିତୀୟ କିମ୍ବା ପରବର୍ତ୍ତୀ ଉଲଂଘନ ପାଇଁ ଅତିକମରେ ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଯଦି କୌଣସି ପ୍ରତିଷ୍ଠାନରେ ନାମ ଫଳକ ସ୍ପଷ୍ଟ ଭାବେ ଲେଖା ହୋଇନଥିବ, ତେବେ ତୁରନ୍ତ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଯେକେହି ଅଭିଯୋଗ ଦାଖଲ କରିପାରିବେ । ନିୟମ ପାଳନ ସହ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ ପାଇଁ ଓଡ଼ିଆ ପକ୍ଷ ୨୦୨୬′ ଏପ୍ରିଲ ୧ ତାରିଖରୁ ୧୪ ପର୍ଯ୍ୟନ୍ତ ପାଳନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ