Thursday, September 25, 2025
24.5 C
Odisha

    ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ, କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ । କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ମୋବାଇଲ ଆପ୍ଲିକେସନ । ପୂଜା ମଣ୍ଡପ ବାଟ ଦେଖାଇବ ଏହି ଆପ । ଯାହାକୁ ବ୍ୟବହାର କରି ଯେ କେହି ବି ରାଜଧାନୀର ବିଭିନ୍ନ ପୁଜା ମଣ୍ଡପ ବୁଲିପାରିବ । ଆପ୍ଲିକେସନରେ ମିଳିବ ନିକଟବର୍ତ୍ତୀ ପୁଜା ମଣ୍ଡପର ଲୋକେସନ। ଭିଡ଼ରେ ନଯାଇ ଆପ୍ଲିକେସନ ଦେଖାଇବ ସହଜ ଓ ସର୍ଟକଟ ବାଟ । ପୁଜା ମଣ୍ଡପର ପାର୍କିଂ ସ୍ଥଳ ସହ ଶୌଚାଳୟର ସୁବିଧା ସହ ସୁଚନା କେନ୍ଦ୍ରକୁ ଯିବାକୁ ମଧ୍ୟ ଲୋକେସନ ମିଳିବ ।

    ଏପରିକି ଚୋରି ଓ ଛିନତାଇର ଶିକାର ହେଲେ ମଧ୍ୟ ତୁରନ୍ତ ରିପୋର୍ଟ କରିବାକୁ ରହିବ ସୁବିଧା। କେବଳ ସେତିକି ନୁହେଁ ସିସିଟିଭି ନଜରରେ ରହିବ ପୂଜା ପେଣ୍ଡାଲ ଓ ମେଲୋଡି ଓ ମୀନା ବଜାର ଭଳି ସ୍ଥାନ। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପକୁ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ରହିଛି। ମହିଳାଙ୍କ ସୁରକ୍ଷା ନିମନ୍ତେ ପୂଜା ପେଣ୍ଡାଲ ଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ଲାଇଟ୍ ଲଗାଇବାର ବ୍ୟବସ୍ଥା ସହ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ ହେବେ ।

    ଅନ୍ୟପଟେ ଟ୍ରାଫିକରୁ ବର୍ତ୍ତିବା ପାଇଁ ପୋଲିସ ପକ୍ଷରୁ ଏକ ଆଡଭାଇଜାରି ଜାରି କରାଯିବ । କେଉଁ କେଉଁ ପୂଜା ମଣ୍ଡପ ପାଇଁ କେଉଁ ବାଟେ ସାଧାରଣ ଲୋକ ଯିବେ ସେ ନେଇ ନିର୍ଦ୍ଦେଶାବଳୀ ରହିବ। ତେବେ ପୂଜା ସମୟରେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଆଗୁଆ ଗିରଫଦାରୀ ହୋଇଛି। କିଛି ପେଷାଦାର ଅପରାଧୀଙ୍କୁ ୧୧୦ ଓ ବିଭିନ୍ନ ମାମଲାରେ ମଧ୍ୟ ଗିରଫ କରି କୋର୍ଟକୁ ପଠାଉଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.5 ° C
    24.5 °
    24.5 °
    93 %
    1kmh
    12 %
    Thu
    25 °
    Fri
    29 °
    Sat
    27 °
    Sun
    29 °
    Mon
    28 °

    ସମ୍ବନ୍ଧିତ