Friday, April 25, 2025
42.7 C
Odisha

    ଏବେଠୁ ରେକର୍ଡ କଲାଣି ତାତି, ୩୮ ଡିଗ୍ରୀ ଉପରେ ୩ ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ଯରେ ଏବେଠୁ ଡରାଇଲାଣି ଖରା । ୩୮ ଡ଼ିଗ୍ରୀ ସେଲସିୟସ ପାର କଲା ତାପମାତ୍ରା । ବୌଦ୍ଧ ଓ ବଲାଙ୍ଗିରରେ ରେକର୍ଡ କରିଛି ତାତି। ୩୮.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଟପିଛି ତାପମାତ୍ରା । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।

    ସୋନପୁର, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ହୀରାକୁଦ, ବୌଦ୍ଧ ଓ ବାରିପଦାରେ ୩୭ ଡିଗ୍ରୀରୁ ଅଧିକ ରହିଥିଲା ଦିନ ତାପମାତ୍ରା । ମାର୍ଚ୍ଚ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିଲାଣି। ଆଗକୁ ସ୍ଥିତି ଅସମ୍ଭାଳ ହେବା ଆଶଂକା । ରବିବାର ଅପରାହ୍ଣ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଅତିକ୍ରମ କରିଛି ।

    ଶନିବାର ଏହି ସମୟରେ ରାଜଧାନୀ ତାପମାତ୍ରା ୩୪ଡିଗ୍ରୀ ଥିଲା। ସେହିପରି ଚାନ୍ଦବାଲିରେ ଦିନ ତାପମାତ୍ରା ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୩୫.୪ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ଏହି ସମୟରେ ଦିନ ତାପମାତ୍ରା ୩୪.୮ଡିଗ୍ରୀ ରେକର୍ଡ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.7 ° C
    42.7 °
    42.7 °
    8 %
    4.2kmh
    1 %
    Fri
    43 °
    Sat
    43 °
    Sun
    40 °
    Mon
    40 °
    Tue
    41 °

    ସମ୍ବନ୍ଧିତ