Wednesday, April 8, 2026
24.2 C
Odisha

    ଏବେ ଇସ୍ରାଏଲ ଓ ଇରାନ ଗସ୍ତ କରନ୍ତୁ ନାହିଁ

    ଆଗକୁ ପଢନ୍ତୁ

    ଶୁକ୍ରବାର ନିଜ ନାଗରିକଙ୍କୁ ଇରାନ କିମ୍ବା ଇସ୍ରାଏଲ ଗସ୍ତ ନ କରିବାକୁ
    ଭାରତ କହିଛି। ୧୧ ଦିନ ତଳେ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ତେହେରାନ ଖୁବଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରିସ୍ଥିତରେ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ସେମାନଙ୍କ ସୁରକ୍ଷା ପ୍ରତି ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ସେମାନଙ୍କ ଗତିବିଧିକୁ ସର୍ବନିମ୍ନ ସ୍ତରରେ ସୀମିତ ରଖିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରିଛି। ଏହି ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ କିମ୍ବା ଇସ୍ରାଏଲ ଗସ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ କିମ୍ବା ଇସ୍ରାଏଲରେ ରହୁଥିବା ସମସ୍ତ ଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ