Wednesday, September 30, 2026
22.7 C
Odisha

    ଏବେ ଗଭୀର ସମୁଦ୍ରରେ ମାଛ ଧରିବା ହେବ ଆଇନଗତ, LOA ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭାରତର ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦିନ ।  ଭୁବନେଶ୍ବରରେ ‘ଲେଟର ଅଫ୍ ଅଥରାଇଜେସନ’ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ।  ଏହା ବଳରେ ଏବେ ଗଭୀର ସମୁଦ୍ରରେ ମାଛ ଧରିବା ଆଇନଗତ ହେବ ।  ଓଡ଼ିଶାର ୫ ଲକ୍ଷରୁ ଅଧିକ ସାମୁଦ୍ରିକ ମତ୍ସ୍ୟଜୀବୀ ଲାଭବାନ ହେବେ ।  LoA ମାଧ୍ୟମରେ ମତ୍ସ୍ୟଜୀବୀମାନେ ବଙ୍ଗୋପସାଗର ଓ ତା’ଠାରୁ ଆଗକୁ ଥିବା ଗଭୀର ସମୁଦ୍ରରୁ ଟୁନା ଭଳି ଦାମୀ ମାଛ ସହଜରେ ଧରିପାରିବେ ।

    ‘LoA’ ହେଉଛି କେନ୍ଦ୍ର ମତ୍ସ୍ୟପାଳନ ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ଜାହାଜ ପାଇଁ ଜାରି କରାଯାଉଥିବା ଏକ ସରକାରୀ ଅନୁମତି ପତ୍ର । ୨୦୨୫ର ‘ହାଇ ସିଜ୍ ’ ନିୟମାବଳୀ ଅନୁଯାୟୀ, କୌଣସି ବି ଭାରତୀୟ ପତାକାଧାରୀ ଜାହାଜ ଏହି ବୈଧ LoA ବିନା ମୁକ୍ତ ସମୁଦ୍ରରେ ମାଛ ଧରିପାରିବେ ନାହିଁ ।  ଏହା ଅଣ-ହସ୍ତାନ୍ତରଯୋଗ୍ୟ ଏବଂ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଜାହାଜ ପାଇଁ ବୈଧ ।  ଜାହାଜଟି ଜାତୀୟ ReALCRaft ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ସହ ଏଥିରେ ଭେସେଲ ମନିଟରିଂ ସିଷ୍ଟମ ରହିବା ଅନିବାର୍ଯ୍ୟ।

    ‘ଲେଟର ଅଫ୍ ଅଥରାଇଜେସନ ReALCRaft ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରାଯିବ ।  ଏଥିପାଇଁ ଫି ରହିଛି ୨୫ ହଜାର ଟଙ୍କା ।  ସମସ୍ତ କାଗଜପତ୍ର ଠିକ୍ ଥିଲେ ୧୫ କାର୍ଯ୍ୟଦିବସ ମଧ୍ୟରେ ଏହା ମିଳିବ ।  ୩ ବର୍ଷ ପାଇଁ ବୈଧ ରହିବ ଏବଂ ଏହାକୁ ନବୀକରଣ କରାଯାଇପାରିବ ।  ଏହା ଅଧୀନରେ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ନିର୍ଦ୍ଦିଷ୍ଟ ପ୍ରଜାତିର ମାଛ ଧରିବାକୁ ଅନୁମତି ମିଳିବ । ଏଥିସହ ଇ-ଲଗ୍ ବୁକ୍ ମାଧ୍ୟମରେ ସୂଚନା ଦେବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ବ୍ୟାଙ୍କ ଗ୍ୟାରେଣ୍ଟି ଜବତ ସହ ଅନୁମତି ବାତିଲ ହୋଇପାରେ।

    ଏହାଦ୍ବାରା ଓଡ଼ିଶାର ୫ ଲକ୍ଷରୁ ଅଧିକ ସାମୁଦ୍ରିକ ମତ୍ସ୍ୟଜୀବୀ ଲାଭବାନ ହେବେ। LoA ମାଧ୍ୟମରେ ମତ୍ସ୍ୟଜୀବୀମାନେ ବଙ୍ଗୋପସାଗର ଓ ତା’ଠାରୁ ଆଗକୁ ଥିବା ଗଭୀର ସମୁଦ୍ରରୁ ଟୁନା ଭଳି ଦାମୀ ମାଛ ସହଜରେ ଧରିପାରିବେ। ନୂତନ ଭାବେ ମଞ୍ଜୁର ହୋଇଥିବା ୨,୨୯୫ରୁ ଅଧିକ କୋଟି ଟଙ୍କାର ‘ଓଡ଼ିଶା ଡିପ୍ ସି ଫିସିଂ ମିଶନ’ର ଲକ୍ଷ୍ୟ ହେଉଛି, ୨୦୩୬ ସୁଦ୍ଧା ବାର୍ଷିକ ସାମୁଦ୍ରିକ ମାଛ ଉତ୍ପାଦନକୁ ପ୍ରାୟ ୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ।  ଏହାଦ୍ୱାରା ୫୦ ହଜାରରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି ହେବ । ସାମୁଦ୍ରିକ ରପ୍ତାନି ୫ ହଜାର କୋଟିରେ ପହଞ୍ଚିବ ।

    ଏଣିକି ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ଜଳରାଶିରେ ବେଆଇନ ମାଛ ଧରିବା ଅଭିଯୋଗରୁ ବଞ୍ଚିପାରିବେ ଏବଂ ସେମାନଙ୍କ ଜାହାଜ ଜବତ ଭୟ ରହିବ ନାହିଁ ।  ଭାରତରେ ଅବତରଣ କରୁଥିବା ଏହି ମାଛକୁ “ଇଣ୍ଡିଆନ୍ ଓରିଜିନ୍” ର ମାନ୍ୟତା ମିଳିବ। ଯାହାଦ୍ୱାରା ବିଦେଶ ବଜାରରେ ଭଲ ମୂଲ୍ୟ ମିଳିବ। ପାରାଦୀପ, ଧାମରା ଭଳି ବନ୍ଦରଗୁଡ଼ିକର ଆଧୁନିକୀକରଣ କରାଯିବ। କୋଲ୍ଡ ଚେନ୍ ଓ ସି-ଫୁଡ୍ ପାର୍କ ନିର୍ମାଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ