Thursday, July 9, 2026
26.4 C
Odisha

    ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି, ତୁରନ୍ତ ସୋସିଆଲ ମିଡିଆରୁ ହଟାଅ ଅଭିଷେକ ଶର୍ମାଙ୍କ ଫଟୋ ଏବଂ ନାମ

    ଆଗକୁ ପଢନ୍ତୁ

    ଦିଲ୍ଲୀ ହାଇକୋର୍ଟରୁ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଅଭିଷେକ ଶର୍ମାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ସୋସିଆଲ ମିଡିଆରେ ଅଭିଷେକଙ୍କ ଫଟୋ, ନାମ ଏବଂ ପରିଚୟର ଭୁଲ୍ ବ୍ୟବହାର କରାଯାଇଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ଦାୟର ହୋଇଥିଲା । ଏହାକୁ ତୁରନ୍ତ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

    ଦିଲ୍ଲୀ ହାଇକୋର୍ଟ ଅଭିଷେକ ଶର୍ମାଙ୍କ ଫଟୋ, ନାମ ଏବଂ ପରିଚୟକୁ ନେଇ ଭୁଲ୍ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ଏବଂ ଅନଲାଇନ ଲିଙ୍କ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଏହାକୁ ନେଇ ଔପଚାରିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଅଭିଷେକ ଶର୍ମା ପର୍ସନାଲିଟି ରାଇଟସ ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଷେକ ଶର୍ମା କୋର୍ଟରେ ଅଭିଯୋଗ କରିଥିଲେ କି, ତାଙ୍କ ଫଟୋ ଏବଂ ନାମକୁ ବିନା ଅନୁମତିରେ କର୍ମସିଆଲ ଭାବେ ବ୍ୟବହାର କରାଯାଉଛି । ଯେଉଁଥିରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

    ଅଭିଷେକ ଶର୍ମା ଏବେ ଇଂଲଣ୍ଡରେ ଟି୨୦ ସିରିଜ ଖେଳୁଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ବେ ୩ୟ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ । ଏହାପରେ ସିରିଜ ହାରିବାର ଭୟ ରହିଛି । ଅଭିଷେକଙ୍କୁ ଏହି ମ୍ୟାଚରେ ଭଲ ଖେଳିବାକୁ ହେବ । ଏହି ମ୍ୟାଚ ହାରିଲେ ଟିମ୍ ଇଣ୍ଡିଆ ସିରିଜ ହାରିଯିବ । ଏହାପୂର୍ବରୁ ଟିମ୍ ଇଣ୍ଡିଆ ଆୟରଲାଣ୍ଡ ବିପକ୍ଷ ଟି୨୦ ସିରିଜ ହାରିସାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    86 %
    1.6kmh
    100 %
    Thu
    26 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ