Wednesday, September 30, 2026
22.7 C
Odisha

    ଫ୍ଲୋରିଡାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ରଥଯାତ୍ରା, ରଥ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ ଡ. ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଫ୍ଲୋରିଡାର ଟାମ୍ପା ସହରରେ ଜଗନ୍ନାଥ ସଂସ୍କୃତି ପରମ୍ପରା ଇତିହାସରେ ସୃଷ୍ଟି ହେଲା ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ।  ଫ୍ଲୋରିଡା ରାଜ୍ୟର ଓଡ଼ିଆ ସମୁଦାୟର ପ୍ରତିନିଧିଙ୍କୁ ନେଇ ଥିବା ଅଣ-ଲାଭକାରୀ ସଂସ୍ଥା ଫ୍ଲୋରିୟା ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ରଥଯାତ୍ରାର ପବିତ୍ର ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଅତ୍ୟନ୍ତ ଭକ୍ତିମୟ ପରିବେଶରେ ଏହା ସମ୍ପନ୍ନ ହୋଇଛି। ଏହି ମହାମଙ୍ଗଳମୟ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଏବଂ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପବିତ୍ର ଅବସରକୁ ଗୌରବାନ୍ୱିତ କରିଥିଲେ।

    ଡକ୍ଟର ସାମନ୍ତ ରଥର ଏକ ଅଂଶରେ ଶୁଭ ରଙ୍ଗ ପ୍ରୟୋଗ କରି ପବିତ୍ର ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆୟାପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହି ଐତିହାସିକ ରଥଯାତ୍ରାର ସଫଳ ଆୟୋଜନ ପାଇଁ ପ୍ରାର୍ଥନା କରିଥିଲେ। ଟାମ୍ପାସ୍ଥିତ ଆୟାପ୍ପା ମନ୍ଦିର ପରିସରରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରଥମ ରଥଯାତ୍ରା ଆମେରିକାରେ ବସବାସ କରୁଥିବା ଓଡ଼ିଆ ସମାଜ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ହେବ। ବର୍ତ୍ତମାନ ନିର୍ମାଣାଧୀନ ଏହି ଭବ୍ୟ କାଠ ରଥଟି ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବବୃହତ୍ କାଠ ରଥ ଭାବେ ପରିଚିତ ହେବାକୁ ଯାଉଛି।

    ଏହା କେବଳ ଏକ ରଥ ନୁହେଁ ବରଂ ପ୍ରବାସୀ ଓଡ଼ିଆମାନଙ୍କର ଅଗାଧ ଭକ୍ତି, ଏକତା, ସମର୍ପଣ ଓ ସାଂସ୍କୃତିକ ଗୌରବର ଜୀବନ୍ତ ପ୍ରତୀକ। ଏହି ପବିତ୍ର ଅବସରର ଆଉ ଏକ ବିଶେଷ ଆକର୍ଷଣ ଥିଲା ଫ୍ଲୋରିୟା ପ୍ରଯୋଜିତ ଭକ୍ତିମୟ ଜଗନ୍ନାଥ ସଙ୍ଗୀତ । ‘ରଥରେ ବିଜେ ମୋ ଜଗା କାଳିଆ’ର ଶୁଭ ଉନ୍ମୋଚନ ହୋଇଛି। ଏହି ଗୀତର ଲୋକାର୍ପଣ ଅବସରରେ ଡକ୍ଟର ସାମନ୍ତ ଫ୍ଲୋରିୟାର ସମସ୍ତ ସଦସ୍ୟଙ୍କୁ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଶ୍ରୀଜଗନ୍ନାଥ ଭକ୍ତିର ପ୍ରଚାର ପ୍ରସାରରେ ସେମାନଙ୍କର ନିଷ୍ଠା ଓ ସମର୍ପଣ ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଥିଲେ।

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଓ ସମଗ୍ର ସମୁଦାୟର ସହଯୋଗରେ ଫ୍ଲୋରିୟାର ପ୍ରଥମ ରଥଯାତ୍ରା ଫ୍ଲୋରିଡାରେ ଏକ ଐତିହାସିକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହୋତ୍ସବରେ ପରିଣତ ହେବା ସହ ଆମେରିକାରେ ବସବାସ କରୁଥିବା ଓଡ଼ିଆମାନଙ୍କ ଏକତାକୁ ଆହୁରି ସୁଦୃଢ଼ କରିବ। ମହାପ୍ରଭୁଙ୍କ ଚିରନ୍ତନ ସଂସ୍କୃତି ଓ ମାନବତାର ବାର୍ତ୍ତାକୁ ବିଶ୍ୱ ସମୁଦାୟ ମଧ୍ୟରେ ପହଞ୍ଚାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ