Tuesday, March 24, 2026
21.6 C
Odisha

    ଏସି ହେଲମେଟ ପିନ୍ଧି ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିବେ ପୋଲିସ କର୍ମୀ

    ଆଗକୁ ପଢନ୍ତୁ

    ଖରା ପାଇଁ ଏୟାର କୁଲିଙ୍ଗ ହେଲମେଟ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଣ୍ଟକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ କର୍ମଚାରୀ ମାନେ ପ୍ରଚଣ୍ତ ଖରାରୁ ନିସ୍ତାର ପାଇବେ। ସେଥିପାଇଁ ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲମେଟକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ହେଲମେଟରେ ରହିଛି ସ୍ଵତନ୍ତ୍ର ବ୍ୟାଟେରୀ। ଯାହାଫଳରେ ହେଲମେଟ ଚାର୍ଜ ହେବ । ଥରେ ଚାର୍ଜ ହୋଇଗଲେ 8 ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ । ସେପଟେ ଖରା ଦିନେ ଥଣ୍ଡା ପବନ ଦେବା ସହିତ ଶୀତ ଦିନେ ଗରମ ପବନ ଦେବ । ପୋଲିସ କମିଶନର ଏହି ହେଲମେଟକୁ ପରୀକ୍ଷା ମୂଳକ ଭାବେ ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି ।

    ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଛନ୍ତି ପୋଲିସ କମିସନର । ପୂର୍ବରୁ ଗୁଜରାଟ ପୋଲିସ ଏହାର ବ୍ୟବହାର କରିସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ