Saturday, January 10, 2026
11.4 C
Odisha

    ଏସ୍‌ଆଇ ପରୀକ୍ଷା ଅନିୟମିତତା: ସିବିଆଇରେ ହାଜର ହେଲେ ଆଉ ଜଣେ ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ପୁଲିସ ସବ୍‌ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତକୁ ଜୋରଦାର କରିଛି । ସିବିଆଇରେ ଆଜି ଆଉ ଜଣେ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ଆଜି ହାଜର ପରୀକ୍ଷାର୍ଥୀ ଜଣଙ୍କ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ଗତକାଲି ୪ଜଣଙ୍କୁ ମାରାଥନ ଜେରା କରିଥିଲା ସିବିଆଇ । ରାତି ୧୨ଟା ପର୍ଯ୍ୟନ୍ତ ସେମାନଙ୍କୁ ପଚରାଉଚରା କରିଥିଲା ।କିଭଳି ଡିଲ୍‌ ହୋଇଥିଲା ଓ କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା, ଏମିତି କିଛି ନୂଆ ତଥ୍ୟ ପ୍ରମାଣ ହାତେଇବାକୁ ସିିବିଆଇ ଜେରା କରୁଛି । ଏହି ମହାଦୁର୍ନୀତି ଲିଙ୍କ୍‌ରେ ଥିବା ୧୦ଜଣଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇôଥଲା । ଏହି ମାମଲାରେ ପରୋକ୍ଷ-ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ବ୍ୟକ୍ତଙ୍କୁ ପୁଚରାଉଚରା କରାଯିବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.4 ° C
    11.4 °
    11.4 °
    30 %
    1.4kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ