Saturday, April 4, 2026
28.2 C
Odisha

    ଏସ୍‌ଆଇ ମାମଲା: ମିଳିଲା ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ସୁରାକ

    ଆଗକୁ ପଢନ୍ତୁ

    ଅରବିନ୍ଦ ଫୋନ୍‌ରେ କଥା ହେଉଥିଲେ। ଦୁଇରୁ ୩ଥର କଥା ହେବା ପରେ ସିମ୍ ବଦଳାଇ ଦେଉଥିଲେ। ସୁରେଶକୁ ସବିଶେଷ ବିବରଣୀ ପ୍ରଦାନ କରୁଥିଲା ଶଙ୍କର। ଏହି ଘଟଣା ପ୍ରଘଟ ହେବା ପରେ ଶଙ୍କରକୁ ଲୁଚାଇବା ସହ ଫେରାର କରାଇବାରେ ସୁରେଶର ସମ୍ପୃକ୍ତି ଥିଲା। ଶଙ୍କର ଧରାପଡ଼ିବା ପରେ ସେ ଫସିଯିବାର ଆଶଙ୍କା କରି ଫୋନ୍‌ରୁ ସବୁ ତଥ୍ୟ ଡିଲିଟ୍‌ କରି ଦେଇଥିଲା। ସୁରେଶ ଏହି ମହାଦୁର୍ନୀତି ଘଟଣାର ମୁଖ୍ୟ ଖଳନାୟକ ବୋଲି କୁହାଯାଉଛି। ତେଣୁ ସୁରେଶକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ସେହିପରି ଅରବିନ୍ଦ ପାଖରୁ ଜବତ ହୋଇଥିବା ମୋବାଇଲ, ଲାପ୍‌ଟପ ଓ ପେନ୍‌ ଡ୍ରାଇଭରୁ ସମସ୍ତ ତଥ୍ୟ ଡିଲିଟ କରାଯାଇଛି। ଏହି ତଥ୍ୟ ଜାଣିବାକୁ ଅରବିନ୍ଦ ଓ ଶଙ୍କରକୁ ସାମ୍ନାସାମ୍ନି ଜେରା ଚାଲୁଛି। ଅରବିନ୍ଦର ଆକାଉଣ୍ଟ ଜରିଆରେ ଅନେକ ଅର୍ଥ କାରବାର ହୋଇଛି। ଟଙ୍କା କେଉଁଠୁ ଆସିଛି, କାହା ପାଖରୁ ଆସିଛି ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଏଥିସହ ଗିରଫ ହୋଇଥିବା ପ୍ରିୟଦର୍ଶିନୀ ସାମଲ ଆଶାୟୀଙ୍କ ସାଟିର୍ଫି‌େ‌କଟ ଫେରାଇ ଥିବାବେଳେ ମୁନା ଖାଲି ଚେକ୍‌ଗୁଡ଼ିକୁ ଫେରସ୍ତ କରି ଦେଇଥିଲା। ଅଭିଯୁକ୍ତ ଖସିଯିବାକୁ ଯୋଜନାବଦ୍ଧ ଭାବେ ରଣନୀତି ଚଳାଇ ଥିଲା ବୋଲି ଜଣାପଡ଼ିଛି।

    ସେପଟେ ଶଙ୍କରକୁ ପ୍ରତିଦିନ ୧୨ରୁ ୧୫ ଘଣ୍ଟା ପଚରାଉଚରା କରୁଛି କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଦଳ। ଡିଆଇଜିଙ୍କ ନେତୃତ୍ବରେ ୪ଜଣିଆ ଦଳ ପଚରାଉଚରା କରିବା ସହ ଅନେକ ତଥ୍ୟ ସଂଗ୍ରହ କରାଯାଉଛି। କିନ୍ତୁ ଶଙ୍କର ତଦନ୍ତରେ ସେତେଟା ସହଯୋଗ କରୁନି। ସେ କିଛି ତଥ୍ୟ ଦେଉଛି ଓ ଅନେକ ତଥ୍ୟ ଲୁଚାଉଛି। ବିଶେଷକରି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ଶଙ୍କର ଦେଉନଥିବାରୁ ତଦନ୍ତକାରୀ ସଂସ୍ଥା ଲାଗି ସମସ୍ୟା ଉପୁଜିଛି। ଶଙ୍କରର ପଲିଗ୍ରାଫ୍‌ ବା ମିଛଧରା ପରୀକ୍ଷା କରିବାକୁ ଯୋଜନା କରୁଛି କ୍ରାଇମ୍‌ବ୍ରାଞ୍ଚ। ଶଙ୍କର ଓ ଅରବିନ୍ଦର ରିମାଣ୍ଡ ଅବଧି ସରିବାକୁ ଆଉ ଦି‌େ‌ନ ବାକି ଥିବାବେଳେ କିଛି ନୂଆ ତଦନ୍ତ ସହ ଷଡ଼ଯନ୍ତ୍ରର ଗୁମର ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ