ଭାରତୀୟ ପରମ୍ପରାରେ ତମ୍ବା ପାତ୍ରରେ ପାଣି ପିଇବା ଖୁବ ଭଲ ବୋଲି କୁହାଯାଇଥାଏ । ଆର୍ୟୁବେଦରେ ମଧ୍ୟ ତମ୍ବାର ଗୁଣକୁ ମାନ୍ୟତା ଦିଆଯାଇଥାଏ । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଭଲ ହୋଇନଥାଏ । ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା ।
ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା ଏବଂ କ୍ଷତି:
ଏହି ପାଣି ପିବା ଦ୍ବାରା କେଉଁ ରୋଗ ଠିକ୍ ହୁଏ ଜାଣନ୍ତୁ । ଏଥିରେ ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ, ଏନିମିଆ ଏବଂ ଅର୍ଥରାଇଟିସ ଭଳି ଅନେକ ରୋଗରୁ ମିଳିଥାଏ ମୁକ୍ତି । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ପାଚନ ଶକ୍ତିକୁ ମଜବୁତ କରିଥାଏ । ଏଥିସହ ବଡିକୁ ଡିଟକ୍ସ ମଧ୍ୟ କରିଥାଏ ।
ସକାଳୁ ଖାଲି ପେଟରେ ପିଇଲେ କେଉଁ ଲାଭ ମିଳେ:
ରାତି ସାରା ତମ୍ବା ପାତ୍ରରେ ରହିଥିବା ପାଣି ସକାଳୁ ଖାଲି ପେଟରେ ପିଇଲେ, ଏନିମିଆରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପାଣି ଥାଇରଏଡ୍ ହର୍ମୋନକୁ ବାଲାନ୍ସ କରିବାରେ ସହଯୋଗ କରିଥାଏ । ଏହା ମେଟାବଲିଜିମକୁ ଠିକ୍ ରଖିଥାଏ । ଶରୀର ଭିତରେ ଥିବା ହର୍ମୋନାଲ ଅସନ୍ତୁଳନକୁ କମ୍ କରିବାରେ ସହାୟକ ହୋଇଥାଏ ।
ତମ୍ବା ପାତ୍ରରେ ରଖାଯାଇଥିବା ପାଣି ହୋଇପାରେ ବିଷ:
ଯଦି ଆପଣ ଦୈନନ୍ଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଉଛନ୍ତି କିମ୍ବା ଏହାକୁ ଆପଣଙ୍କ ନିଜ ଜୀବନରେ ସାମିଲ କରିବାକୁ ଭାବୁଛନ୍ତି, ତେବେ ଏହି ଭୁଲଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ । ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ, କିନ୍ତୁ ଆପଣ କେବେ ବି ସେହି ପାତ୍ରରେ ଗରମ ପାଣି କିମ୍ବା ଲେମ୍ବୁ ମିଶାଇ ପିଇଅନ୍ତୁ ନାହିଁ କାରଣ ଏହା ତମ୍ବା ସହିତ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଦିନରେ ଅଧିକ ପରିମାଣରେ ତମ୍ବା ଆବୃତ ପାଣି ପିଇବା ଦ୍ବାରା ପେଟର ଜଳା-ପୋଡା,ବାନ୍ତି ଏବଂ ପେଟ ଯନ୍ତ୍ରଣା ହୋଇପାରେ । ତେବେ ଏପରି କରିବା ଠାରୁ ଦୂରରେ ରୁହନ୍ତୁ ଆଉ ନିଜକୁ ସୁସ୍ଥ ରଖନ୍ତୁ ।
ତମ୍ବା ପାତ୍ରର ପାଣି କିଏ ନ ପିଇବା ଆବଶ୍ୟକ: ଗର୍ଭବତୀ ଏବଂ ସ୍ତନପାନ କରାଉଥିବା ମହିଳା ଏହି ପାଣି ନ ପିଇବା ଆବଶ୍ୟକ । ଯେଉଁ ଲୋକଙ୍କର ପେଟରେ ଜଳାପୋଡା ବା ଗଭୀର ରକ୍ତସ୍ରାବର ରୋଗ ହୋଇଥାଏ, ସେମାନେ ତମ୍ବା ପାତ୍ରର ପାଣି ପିଅନ୍ତୁନି ।
ତମ୍ବା ପାତ୍ରରେ ପାଣି ପିଇବାର ଅସୁବିଧା କ’ଣ: ତମ୍ବା ପାତ୍ରରେ ପାଣି ପିଇବାର ମୁଖ୍ୟ ଅସୁବିଧା ହେଉଛି ତମ୍ବା ବିଷାକ୍ତତାର ଆଶଙ୍କା, ଯାହା ଶରୀରରେ ଅତ୍ୟଧିକ ତମ୍ବା ଯୋଗୁଁ ହୋଇଥାଏ । ଏହା ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ବାନ୍ତି ଏବଂ ଡାଇରିଆ ଭଳି ସମସ୍ୟା ସୃଷ୍ଟି କରିପାରେ ।

