Monday, March 17, 2025
39.3 C
Odisha

    ଏ କେଉଁ ପ୍ରକାର ସଙ୍କେତ..ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ଶ୍ରୀମନ୍ଦିରରେ ପଡ଼ିଲା ଶୂନ୍ୟ ଗଣ୍ଠି । ଆଜି ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶୂନ୍ୟରେ ପତିତପାବନରେ ଗଣ୍ଠି ପଡିଲେ ଏହାକୁ ଶୂନ୍ୟ ଗଣ୍ଠି କୁହାଯାଇଥାଏ । ତେବେ ଏହାକୁ ଦେଖି ମହାପ୍ରଭୁଙ୍କର ଏହା କେଉଁ ପ୍ରକାର ସଙ୍କେତ ବୋଲି ସବୁ ପ୍ରଶ୍ନ କରିଥିଲେ । ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।

    ତେବେ ଏଭଳି ଗଣ୍ଠି ପଡିଥିବା ବାନାକୁ ନେଇ ଘରେ ରଖିଲେ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହା ଦ୍ବାରା ସମସ୍ତ ବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ । ତେବେ ଶ୍ରଦ୍ଧାଳୁମାନେ ମଧ୍ୟ ପତିତପାବନ ବାନାରେ ଶୂନ୍ୟ ଗଣ୍ଠିକୁ ଦେଖି ଆନନ୍ଦ ପ୍ରକାଶ କରିବା ସହିତ ସୌଭାଗ୍ୟ ଲାଭ କରିଛନ୍ତି । ତେବେ ସେବାୟତମାନେ ମଧ୍ୟ ଏହାକୁ ଶୁଭ ବୋଲି କହିଛନ୍ତି । ବିପଦ ଦୂର ହେବ ବୋଲି ଚୂନରା ସେବକ କହିଛନ୍ତି । ରବିବାର ଅଧିକ ପବନ ହୋଇଥିବା ବେଳେ ଶ୍ରୀମନ୍ଦିରର ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିବା ଆଲୋଚନା ହେଉଛି । ତେବେ ପ୍ରତିଦିନ ଭଳି ଆଜି ମଧ୍ୟ ଏହି ଶୂନ୍ୟ ଗଣ୍ଠି ବାନାକୁ ବାହାର କରି ତଳକୁ ଅଣାଯିବ ଏବଂ ନୂଆ ବାନା ଲଗାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.3 ° C
    39.3 °
    39.3 °
    12 %
    3.1kmh
    9 %
    Mon
    39 °
    Tue
    39 °
    Wed
    40 °
    Thu
    40 °
    Fri
    37 °

    ସମ୍ବନ୍ଧିତ