Wednesday, September 30, 2026
23.7 C
Odisha

    ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଶବ

    ଆଗକୁ ପଢନ୍ତୁ

    ସମ୍ୱଲପୁର : ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଦୁର୍ବୃତ୍ତ। ମୃତ ବ୍ୟକ୍ତିଙ୍କ ନାଁ ଶେଖ ହୁସେନ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡ ସମ୍ୱଲପୁର ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା ନେଇ କୁହାଯାଉଛି।କେହି ଦୁର୍ବୃତ୍ତ ଶେଖ ହୁସେନଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପାଇଖାନା ଟାଙ୍କିରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ଜଣା ପଡିବା ପରେ ମୃତଦେହକୁ ସେଫ୍ଟି ଟାଙ୍କିରୁ ଉଦ୍ଧାର କରାଯାଇଛି।

    ହେଲେ କିଏ ହତ୍ୟାକାଣ୍ଡ ଘଟାଇଛି। କାହିଁକି ଘଟାଇଛି। ହତ୍ୟାକାଣ୍ଡରେ କେତେଜଣଙ୍କର ସମ୍ପୃକ୍ତି ରହିଛି। ସେ ସମସ୍ତ କଥା ଅସ୍ପଷ୍ଟ ରହିଛି। ତେବେ ହୋଲି ଦିନ ମଧ୍ୟ ସମ୍ୱଲପୁରରେ ହତ୍ୟା ହୋଇଥିଲା। ରଙ୍ଗର ପର୍ବରେ ରକ୍ତ ରଞ୍ଜିତ ହୋଇଥିଲା ସମ୍ୱଲପୁର। ଆଉ ଏବେ ପୁଣି ଏକ ହତ୍ୟାକାଣ୍ଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    86 %
    1.5kmh
    100 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ