Thursday, April 2, 2026
27.7 C
Odisha

    ଏ ସପ୍ତାହର ଅପରାଧ ଖବର; କାହିଁକି ଏ ହୀନ ମାନସିକତା

    ଆଗକୁ ପଢନ୍ତୁ

    ୧- କ୍ଷେତରୁ ଯୁବକଙ୍କ ମୃତଦେହ ଠାବ
    ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧୀନ କଣ୍ଟାପାଳ କଲୋନୀ ୩ରେ ଜଣେ ଯୁବକଙ୍କ ମୃତଦେହ କ୍ଷେତରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁଶୀଲ ହେମ୍ବ୍ରମ। ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ସିଲାଇ ହେମ୍ବ୍ରମ ଅଭିଯୋଗ କରିଛନ୍ତି।
    ୨- ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତଙ୍କୁ ହତ୍ୟା
    ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କ ମୁଣ୍ଡ ଗଡ଼ିଛି। ବୁଧବାର ରାତିରେ ସଂଗବଦ୍ଧ ଭାବେ କିଛି ଦୃର୍ବୁତ୍ତ ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
    ୩- ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
    ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ବାସନ୍ତୀ ପ୍ରଧାନ। ହତ୍ୟା ମାମଲାରେ ପୁଲିସ ଗଦାଧର ପ୍ରଧାନଙ୍କୁ ଗିରଫ କରିଛି।
    ୪- ପରିତ୍ୟକ୍ତ ପୋଖରୀରୁ ମୃତଦେହ ଉଦ୍ଧାର
    ଲିଙ୍ଗରାଜ ଥାନା ନୂଆ ମାର୍କେଟ କମ୍ପ୍ଲେକ୍ସ ପଛରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତଦେହର ପରିଚୟ ମିଳି ପାରିନଥିବାବେଳେ ପୁଲିସ ଏକ ୟୁଡି ମାମଲା ରୁଜୁ କରିଛି।
    ୫- ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ମୃତ
    ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅଧୀନ କୁଡ଼ାଲୋଇ ଗଙ୍ଗାପଡ଼ାରେ ସାନ ଭାଇ ର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ସୁନୀଲ ମୁଣ୍ଡା। ହତ୍ୟାକାରୀ ସାନ ଭାଇ ସୁଶୀଲ ମୁଣ୍ଡାକୁ ଗିରଫ କରିଛି।
    ୬- ଛାତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ
    ମୟୂରଭଞ୍ଜ ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ସୋମବାର ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ଓ ୧୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରିବା ଘଟଣାରେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ କାକୁଡିଆ ଗ୍ରାମର ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ବଳ ଓ କେନ୍ଦୁଝର ସୋସୋ ବରିଗାଁ ଗ୍ରାମର ଚିନ୍ତାମଣି ବିଶ୍ଵାଳ ଙ୍କୁ ଆଜୀବନ କାରାଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ