Sunday, December 28, 2025
11.2 C
Odisha

    ଓଜନ, ହାଡ଼, ହାର୍ଟ ଏବଂ ପାଚନ ପାଇଁ ଖାଆନ୍ତୁ ଗ୍ରୀନ ମଟର

    ଆଗକୁ ପଢନ୍ତୁ

    ଶୀତ ଋତୁରେ ଅନେକ ପ୍ରକାରର ପନିପରିବା ମିଳେ, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ବର୍ତ୍ତମାନ୍ ପରିବା ବଜାରରେ ଏବେ ସ୍ପ୍ରୀଙ୍ଗ୍ ଓନିୟନ୍ , ତଟକା ଫୁଲକୋବି , ଦେଶୀ ବିନ୍ସ , ବନ୍ଧାକୋବି , ବ୍ରୋକୋଲି ଆଦି ନାନା ‘ୱିଣ୍ଟର୍ ଭେଜିଟେବଲ’ ମିଳୁଛି । ଏଥିମଧ୍ୟରୁ ଗ୍ରୀନ୍ ମଟର ଅଧିକ ଚାହିଦା ରହିଛି । ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି । ଖାଲି ପାଟିକୁ ସୁଆଦିଆ ନୁହଁ ବରଂ ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ମଟର ଆମ ଶରୀରକୁ ସୁସ୍ଥ କରିବା ଦିଗରେ କେମିତି କାମ କରେ । ମଟର ଏକ ସୁପରଫୁଡ୍, ଯାହା ପ୍ଲାଣ୍ଟ-ବେସ୍ଡ  ପ୍ରୋଟିନ୍, ଫାଇବର ଏବଂ ଆବଶ୍ୟକ ଭିଟାମିନରେ ଭରପୁର । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସବୁଜ ମଟର ଖାଇବା ଯେତିକି ସ୍ୱାଦିଷ୍ଟ ତାଠୁ ବେଶି ସ୍ୱାସ୍ଥ୍ୟ ହିତକର । ଆସନ୍ତୁ ଜାଣିବା ଶୀତଦିନେ ମଟର କାହିଁକି ଖାଇବା ଉଚିତ ? ଗ୍ରୀନ୍‌ ମଟର ଖାଇଲେ କେଉଁ ରୋଗ ଭଲ ହୁଏ ।

    ସବୁଜ ମଟର ପୋଷକ ତତ୍ତ୍ୱରେ ଭରପୁର ଥାଏ । ମଟରରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ଫୋଲେଟ୍, ଫାଇବର, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏହା ବ୍ୟତୀତ ମଟର ପ୍ରୋଟିନରେ ଭରପୁର ଅଟେ । ଏଥିରେ ଆମିନୋ ଏସିଡ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଶାକାହାରୀମାନଙ୍କ ପାଇଁ ଏହାକୁ ପ୍ରୋଟିନର ସବୁଠାରୁ ଭଲ ଉତ୍ସ ବୋଲି କୁହାଯାଇପାରେ । ଖାଦ୍ୟରେ ନିୟମିତ ମଟର ସାମିଲ କରିବା ଦ୍ୱାରା ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।

    ହାର୍ଟ ସୁସ୍ଥ ରୁହେ :ମଟରରେ ପୋଟାସିୟମ୍ ପ୍ରଚୁର ପରିମାଣରେ ଥାଏ । ଏହା ବ୍ୟତୀତ ଫାଇବର ମଧ୍ୟ ଭଲ ମାତ୍ରାରେ ଥାଏ । ଏହା ଖରାପ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ ଏବଂ ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖେ । ରିସର୍ଚ୍ଚ ଅନୁଯାୟୀ, ମଟର ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଥାଏ ।

    ହାଡ ପାଇଁ ଲାଭଦାୟକ :ଗ୍ରୀନ୍‌ ମଟର କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ‘କେ’ (K) ରେ ଭରପୁର ଥାଏ । ଏଗୁଡ଼ିକ ହାଡକୁ ମଜବୁତ ରଖିବାରେ ସାହାଯ୍ୟ କରନ୍ତି । ବୟସ ବଢିବା ସହିତ ହାଡ ଦୁର୍ବଳ ହୋଇଯାଏ, କିନ୍ତୁ ମଟର ଖାଇବା ଦ୍ୱାରା ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ ମିଳିପାରେ ।

    ପାଚନ ତନ୍ତ୍ର ମଜବୁତ :ମଟର ଫାଇବରରେ ଭରପୁର ଥାଏ, ଯାହା ପାଚନ ତନ୍ତ୍ର ପାଇଁ ବହୁତ ଭଲ । ନିୟମିତ ଭାବେ ମଟର ସେବନ କରିବା ଦ୍ୱାରା ଅନେକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଭାରି ଉପକାରୀ ଗ୍ରୀନ୍ ମଟର । ଏଥିରେ ଜିଆଇ କମ୍ ଥିବାରୁ ଏହା ସୁଗାରକୁ କଣ୍ଟ୍ରୋଲ୍ କରିଥାଏ ।

    ଓଜନ କମାଇବାରେ ସହାୟକ :ମଟରରେ ହାଇ ଫାଇବର ଏବଂ ପ୍ରୋଟିନ୍ ଥାଏ, ଯାହା ଅଧିକ ଖାଇବାର ଇଚ୍ଛାକୁ ନିୟନ୍ତ୍ରଣ କରେ । ଏହାଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରୁହେ, ଯାହାଦ୍ୱାରା ଅନାବଶ୍ୟକ ସ୍ନାକ୍ସ ଖାଇବା କମିଯାଏ । ତେଣୁ ମଟର ଖାଇବା ଦ୍ବାରା ଓଜନ କମ୍ ହୋଇଥାଏ । ଏଥିସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.2 ° C
    11.2 °
    11.2 °
    48 %
    1.2kmh
    0 %
    Sun
    27 °
    Mon
    28 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ