Thursday, October 15, 2026
21.9 C
Odisha

    ଓଡ଼ିଶାରେ ଭୋଟର ତାଲିକାର ସଠିକ୍ ଓ ସ୍ୱଚ୍ଛ ସଂଶୋଧନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ, ୧୦ ବରିଷ୍ଠ IAS ଙ୍କୁ ଦାୟିତ୍ବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ସଠିକ୍ ଓ ସ୍ୱଚ୍ଛ ସଂଶୋଧନ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ନିଜ ନିଜ ଜିଲ୍ଲାକୁ ଅତିକମରେ ୩ ଥର ଗସ୍ତ କରିବେ ।  ସେମାନେ କେବଳ ଅଫିସରେ ନବସି ବିଭିନ୍ନ ଭୋଟ୍ କେନ୍ଦ୍ରକୁ ଯାଇ ସ୍ଥିତି ପରଖିବେ ଏବଂ ସ୍ଥାନୀୟ ନେତା ଓ ସାଧାରଣ ଜନତାଙ୍କ ସହ ବୈଠକ କରି ସେମାନଙ୍କ ସମସ୍ୟା ଶୁଣିବେ।

    ଯେଉଁ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାର ହାରାହାରି ତୁଳନାରେ ୧% ରୁ ଅଧିକ କିମ୍ବା ସ୍ଥାନୀୟ ଭାବେ ୩% ରୁ ଅଧିକ ଭୋଟରଙ୍କ ନାମ କଟାଯାଇଥିବ ବା ଯୋଡ଼ା ଯାଇଥିବ, ସେହି ସ୍ଥାନଗୁଡ଼ିକୁ ଏହି ଅଧିକାରୀମାନେ ନିଜେ ତୀକ୍ଷ୍ଣ ଯାଞ୍ଚ କରିବେ। ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ଭୋଟର ଯେମିତି ବାଦ୍ ନପଡ଼ନ୍ତି। ଆସନ୍ତା ଜୁଲାଇ ୫ ରେ ପ୍ରାଥମିକ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।

    ରାଜେଶ ପ୍ରଭାକର ପାଟିଲଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର, ଅରବିନ୍ଦ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ, ବଳବନ୍ତ ସିଂହଙ୍କୁ କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡ଼ା, ବି. ପରମେଶ୍ୱରନଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ ଏବଂ କନ୍ଧମାଳ, ବିଜୟ କେତନ ଉପାଧ୍ୟାୟଙ୍କୁ ଦେବଗଡ଼, ସମ୍ବଲପୁର ଏବଂ ବରଗଡ଼, ଡି. ପ୍ରସନ୍ନ କୁମାର ରେଡ୍ଡୀଙ୍କୁ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ا, ସୁଧାଂଶୁ ମୋହନ ସାମଲଙ୍କୁ କଟକ, ଢେଙ୍କାନାଳ ଏବଂ ଅନୁଗୋଳ, ରଶ୍ମିତା ପଣ୍ଡାଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଭୁବନେଶ୍ୱର, ମହମ୍ମଦ ସାଦିକ ଆଲମଙ୍କୁ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି, ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ