Monday, November 2, 2026
22.7 C
Odisha

    ଓଡ଼ିଶା ପୋଲିସରେ ଆଇପିଏସ୍ (IPS) ଓ ଓପିଏସ୍ (OPS) ଅଧିକାରୀଙ୍କ ବ୍ୟାପକ ଅଦଳବଦଳ, ଆଠ ଜଣ ଅଧିକାରୀଙ୍କ ବଦଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଶନିବାର ଦିନ ଆଠ ଜଣ ଆଇପିଏସ୍ (IPS) ଏବଂ ଓପିଏସ୍ (OPS) ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ବିଭିନ୍ନ ପଦବୀରେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି ।

    ଏହି ଅଦଳବଦଳର ମୁଖ୍ୟ ହେଉଛି, ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା କାରାଗାର ଓ ସଂଶୋଧନାଗାର ସେବା (Prisons and Correctional Services) ର ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥଙ୍କୁ ଗୃହ ବିଭାଗରେ ‘ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ’ (OSD) ଭାବେ ନିଯୁକ୍ତ କରାଯାଇଛି।

    ଅନ୍ୟପକ୍ଷରେ, ୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର (SFSL) ର ନିର୍ଦ୍ଦେଶକ ଡ. ସନ୍ତୋଷ ବାଲା ନିଜ ପୂର୍ବ ପଦବୀରେ କାର୍ଯ୍ୟ ଜାରି ରଖିବା ସହ କାରାଗାର ଓ ସଂଶୋଧନାଗାର ସେବାର ଅତିରିକ୍ତ ମହାନିର୍ଦ୍ଦେଶକ (Addl DG) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

    ୧୯୯୮ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର କଟକ ସ୍ଥିତ ଓଡ଼ିଶା ପରିବହନ କମିଶନର (Transport Commissioner) ଭାବେ ନିଜ ଦାୟିତ୍ୱ ଜାରି ରଖିବେ । ସେହିପରି, ୧୯୯୮ ବ୍ୟାଚ୍‌ର ଅନ୍ୟ ଜଣେ ଅଧିକାରୀ ତଥା ଏସ୍‌ଏପି (SAP) ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେଶ କୁମାର, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ (Special Secretary) ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।

    କେନ୍ଦ୍ରୀୟ ପ୍ରତିନିଯୁକ୍ତିରୁ ଫେରିଥିବା ୨୦୧୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ସାରା ଶର୍ମାଙ୍କୁ ଭିଜିଲାନ୍ସ ବିଭାଗର ଡିଆଇଜି (DIG) ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ଝାରସୁଗୁଡ଼ା ଏସ୍‌ପି (SP) ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଏଆଇଜି (AIG) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଖୋର୍ଦ୍ଧାର ଅତିରିକ୍ତ ଏସ୍‌ପି ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ନୂତନ ଦାୟିତ୍ୱ ଦିଆଯାଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    93 %
    1.5kmh
    100 %
    Mon
    22 °
    Tue
    28 °
    Wed
    26 °
    Thu
    27 °
    Fri
    28 °

    ସମ୍ବନ୍ଧିତ