Monday, November 2, 2026
23.4 C
Odisha

    କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ କଣ, ଜାଣନ୍ତୁ ପୌରାଣିକ କାରଣ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ଏହି ମାସକୁ ଅତ୍ୟନ୍ତ ପବିତ୍ର ଓ ଧର୍ମମାସ ଭାବେ ଗ୍ରହଣ କରାଯାଏ । ବିଶେଷକରି ଭଗବାନ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ଉପାସନା ପାଇଁ ଏହି ମାସର ରହିଛି ବିଶେଷ ଗୁରୁତ୍ୱ । ଧାର୍ମିକ ବିଶ୍ୱାସ ଅନୁସାରେ, କାର୍ତ୍ତିକ ମାସରେ ସ୍ନାନ, ଦାନ, ଜପ, ତପ ଓ ଦୀପଦାନ କଲେ ପୁଣ୍ୟ ମିଳିଥାଏ।

    ପୁରାଣ ଅନୁସାରେ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ମାସ। ବୈଷ୍ଣବ ପରମ୍ପରାରେ ଏହାକୁ ଦାମୋଦର ମାସ ମଧ୍ୟ କୁହାଯାଏ। ଏହି ମାସରେ ଭକ୍ତମାନେ ଭୋରୁ ଉଠି ପବିତ୍ର ନଦୀରେ ସ୍ନାନ କରିବା ସହ ଭଗବାନଙ୍କ ନାମ ସ୍ମରଣ କରିଥାନ୍ତି। ଘରେ ଘରେ ତୁଳସୀ ଚଉରା ନିକଟରେ ଦୀପ ଜାଳିବା ସହ ପୂଜାର୍ଚ୍ଚନା କରାଯାଏ।

    ଓଡ଼ିଶାରେ କାର୍ତ୍ତିକ ମାସର ମହତ୍ତ୍ୱ :

    ଓଡ଼ିଶାରେ କାର୍ତ୍ତିକ ମାସର ରହିଛି ନିଆରା ପରମ୍ପରା। ଏହି ମାସରେ ଅନେକ ଶ୍ରଦ୍ଧାଳୁ ଆମିଷ ତ୍ୟାଗ କରି ନିରାମିଷ ଭୋଜନ କରିଥାନ୍ତି। ବିଶେଷକରି ହବିଷ୍ୟାଳିମାନେ ମାସେ ଧରି ହବିଷ ବ୍ରତ ପାଳନ କରିଥାନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଥାଏ। ମହିଳାମାନେ ତୁଳସୀ ଚଉରା ନିକଟରେ ମୁରୁଜ ପକାଇବା ସହ ରାଧାଦାମୋଦର ପୂଜା କରିଥାନ୍ତି।

    ପଞ୍ଚୁକର ରହିଛି ବିଶେଷ ମହତ୍ତ୍ୱ :

    କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ କୁହାଯାଏ। ଏହି ପାଞ୍ଚଦିନରେ ଶ୍ରଦ୍ଧାଳୁମାନେ ବିଶେଷ ନିଷ୍ଠାର ସହ ବ୍ରତ ଓ ପୂଜାର୍ଚ୍ଚନା କରିଥାନ୍ତି। ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୁଏ। ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥାନ୍ତି।

    କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ :

    କାର୍ତ୍ତିକ ମାସର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାରେ ଏହି ଦିନର ରହିଛି ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ। ପ୍ରାଚୀନ କାଳରେ ଓଡ଼ିଆ ସାଧବମାନେ ବାଣିଜ୍ୟ ପାଇଁ ସୁଦୂର ଜାଭା, ସୁମାତ୍ରା ଓ ବାଲି ଆଦି ଦେଶକୁ ସମୁଦ୍ର ପଥରେ ଯାତ୍ରା କରୁଥିଲେ। ସେହି ସ୍ମୃତିକୁ ମନେ ପକାଇ ଆଜି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ, ପୋଖରୀ ଓ ଜଳାଶୟରେ ଡଙ୍ଗା ଭସାଇବାର ପରମ୍ପରା ରହିଛି। ଏହାକୁ ବୋଇତ ବନ୍ଦାଣ କୁହାଯାଏ।

    କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ଆଧ୍ୟାତ୍ମିକ ଚିନ୍ତାଧାରା, ଆତ୍ମସଂଯମ, ଦାନ ଓ ସେବାର ମହତ୍ତ୍ୱ ମଧ୍ୟ ଶିଖାଇଥାଏ କାର୍ତ୍ତିକ ମାସ। ତେଣୁ ଏହି ମାସକୁ ଭକ୍ତି, ଶ୍ରଦ୍ଧା ଓ ପୁଣ୍ୟ ଅର୍ଜନର ମାସ ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    94 %
    1.1kmh
    98 %
    Mon
    24 °
    Tue
    28 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ