Monday, November 2, 2026
23.7 C
Odisha

    ନାହିଁ ବୈଧ ପ୍ରମାଣପତ୍ର ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବୈଧ ବୀମା, ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ତଥା ଫିଟ୍‌ନେସ୍ ନ ଥିବାରୁ ଓଡ଼ିଶାରେ ପ୍ରାୟ ୨ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣ ବାତିଲ (ପରମାନେଟ୍ ଆର୍କାଇଭ୍) କରାଯାଇଛି। ଏଥିରେ ବାଣିଜ୍ୟିକ ଏବଂ ଘରୋଇ ଗାଡ଼ି ଅନ୍ତର୍ଭୁକ୍ତ। ଏହି ମର୍ମରେ ରାଜ୍ୟରେ ଗଡ଼ୁଥିବା ଆହୁରି ପ୍ରାୟ ୨୫ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ ହେବା ସମ୍ଭାବନା ରହିଛି। ଭାରତ ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି ଗାଡ଼ିର ବୀମା/ପ୍ରମାଣପତ୍ର ନବୀକରଣ ହୋଇ ନ ଥିଲେ ତାହାର ଆରସି ବାତିଲ କରାଯାଉଛି। ରାସ୍ତାରେ ଏପରି ଗାଡ଼ି ଚଳାଚଳ କରୁଥିବା ଦେଖାଗଲେ ତୁରନ୍ତ ତାହା ଜବତ କରାଯିବ। ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ କରି ଦୁର୍ଘଟଣା ତଥା ତତ୍‌ଜନିତ ମୃତାହତ ସଂଖ୍ୟା ହ୍ରାସ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ମୋଟା ଅଙ୍କର ଜୋରିମାନା ସହିତ ଚାଳକଙ୍କୁ ଗିରଫ ପାଇଁ ଅନେକ ବିଧିବ୍ୟବସ୍ଥା ରହିଛି। ତେବେ ଏହାକୁ ଅଧିକ କଡ଼ାକଡ଼ି କରିବାକୁ ଯାଇ ବାହନ ପୋର୍ଟାଲର ତଥ୍ୟ ଆଧାରରେ ବିଭିନ୍ନ ବର୍ଗର ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ହୋଇଛି। ଟୋଲ୍ ଗେଟ୍‌ରେ କାର୍ଯ୍ୟକାରୀ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ଜରିଆରେ ନିୟମ ଖିଲାପ କରୁଥିବା ଗାଡ଼ିକୁ ଚିହ୍ନଟ କରାଯାଉଛି। ଏହି ସମୟରେ ଚିହ୍ନଟ ହୋଇଥିବା ୨ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣକୁ ପରମାନେଟ ଆର୍କାଇଭ୍‌ ବର୍ଗରେ ତାଲିକାଭୁକ୍ତ କରାଯାଇଛି। କେବଳ କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବାତିଲ ହୋଇଥିବା ପଞ୍ଜୀକରଣ ପୁନଃ କାର୍ଯ୍ୟକ୍ଷମ କରାଯାଇ ପାରିବ, କିନ୍ତୁ ତାହା ସହଜ ନୁହେଁ। ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି, ଏହି ନିୟମ କାର୍ଯ୍ୟକାରୀ କରିବାରେ ଅସୁବିଧା ନାହିଁ, କିନ୍ତୁ ଏହା ପୂର୍ବରୁ ଲୋକଙ୍କୁ ସଚେତନ କରାଯିବା ଜରୁରୀ। ଅନେକ ଲୋକ ଆରସି ସହିତ ନିଜର ଆଧାର କାର୍ଡ ସଂଯୋଗ କରି ନାହାନ୍ତି। ତେଣୁ ଓଟିପି ସମସ୍ୟା ହେତୁ ପିୟୁସିସି ନବୀକରଣ କରିବାରେ ବାଧା ସୃଷ୍ଟି ହେଉଛି। ହଠାତ୍ ଏତେ ସଂଖ୍ୟକ ଗାଡ଼ିର ପଞ୍ଜୀକରଣ ବାତିଲ କରିବା ଦ୍ବାରା ଆର୍ଥିକ ଓ ସାମାଜିକ ସ୍ତରରେ ଲୋକେ ପ୍ରଭାବିତ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    94 %
    1.1kmh
    100 %
    Mon
    23 °
    Tue
    28 °
    Wed
    26 °
    Thu
    27 °
    Fri
    28 °

    ସମ୍ବନ୍ଧିତ