Saturday, April 11, 2026
37.2 C
Odisha

    ଓଡ଼ିଶା ବଜେଟ ୨୦୨୪-୨୫: ଡବଲ ଇଞ୍ଜିନ, ଡବଲ ନିରାଶା: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ କିଛି ନୂତନ ଯୋଜନା ଲାଗୁ କରିବା ସହ କିଛି ପୁରୁଣା ଯୋଜନାର ନାମ ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ।
    ସେପଟେ ରାଜ୍ୟ ବଜେଟକୁ ନେଇ ଡବଲ ଇଂଜିନ ଡବଲ ନୈରାଶ୍ୟ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କହିଛନ୍ତି ଯେ, ଡବଲ୍‌ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି । ମୋ’ ସରକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି । ଅନୁଶୀଳନ ପରେ ବିସ୍ତୃତ ପ୍ରତିକ୍ରିୟା ରଖିବି ବୋଲି କହିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ