Tuesday, March 3, 2026
23.3 C
Odisha

    ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା ତାରିଖ ଘୋଷଣା, ୬ଟି ଜୋନ୍ ହେବ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ପରୀକ୍ଷା ୧୨ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଛି । ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି ଜୋନ୍ – ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଏବଂ ସମ୍ବଲପୁରରେ ଅନୁଷ୍ଠିତ ହେବ।

    ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପେପର-୧ ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ଏବଂ ପେପର-୨ ଅପରାହ୍ନ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଦିବ୍ୟାଙ୍ଗ (ପିଡବ୍ଲୁଡି) ବର୍ଗର ପ୍ରାର୍ଥୀମାନେ ପ୍ରତ୍ୟେକ ସିଟିଂରେ ଅତିରିକ୍ତ ୪୦ ମିନିଟ୍ ପାଇବେ । ପ୍ରାର୍ଥୀମାନଙ୍କ ପାଇଁ ଆଡମିଟ କାର୍ଡ ଏବଂ ନିର୍ଦ୍ଦେଶାବଳୀ ଅକ୍ଟୋବର ୪, ୨୦୨୫ରୁ ସରକାରୀ ୱେବସାଇଟ୍ www.opsc.gov.inରେ ଉପଲବ୍ଧ ହେବ ବୋଲି କମିଶନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    22 %
    2.2kmh
    7 %
    Tue
    23 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ