Friday, July 31, 2026
24.9 C
Odisha

    ସ୍ବାଭାବିକ ହେଉଛି ଅଭିଜିତଙ୍କ ଶ୍ବାସକ୍ରିୟା

    ଆଗକୁ ପଢନ୍ତୁ

    କଟକ : ସ୍ବାଭାବିକ ହେଉଛି ଅଭିଜିତଙ୍କ ଶ୍ବାସକ୍ରିୟା । ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି । ସେ ଏମସ ଭୁବନେଶ୍ବରର ICUରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର କିଡନୀ ଓ ଲିଭର ଅବସ୍ଥାରେ ପୂର୍ବପେକ୍ଷା ଉନ୍ନତି ପରିଲିକ୍ଷିତ ହୋଇଛି । ନିମୋନିଆରେ ସୁଧାର ଆସିଛି । ପୁଣି ଥରେ ବ୍ରେନ୍ MRI ହୋଇଛି । ମାତ୍ର ସେ ଏବେବି କୋମାରେ ଅଛନ୍ତି। ଅଭିଜିତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ପରେ ପ୍ରଶଂସକଙ୍କ ମହଲରେ ଉତ୍ସାହ ଦେଖାଦେଇଛି।

    ସୂଚନାଯୋଗ୍ୟ, ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାନଯିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତେବେ ଚିନ୍ତାର ବିଷୟ ହେଲା, ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା କିଛି ଦିନ ତଳେ ସଙ୍କଟାପନ୍ନଥିଲା ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ