ଭୁବନେଶ୍ୱର : ଓଡ଼ିଶାର କେନ୍ଦ୍ରୀୟ ଓବିସି ତାଲିକା ପାଇଁ NCBC ପକ୍ଷରୁ ହେବ ସାର୍ବଜନିକ ଶୁଣାଣି । ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ (NCBC) ଅଧ୍ୟକ୍ଷ ହନ୍ସରାଜ ଗଙ୍ଗାରାମ ଆହିରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରରେ ସାର୍ବଜନିକ ଶୁଣାଣି ହେବ ।
ଯେଉଁଥିରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଓବିସି ତାଲିକାକୁ ନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିବେଚନା କରାଯିବ । ଶୁଣାଣିରେ ଓଡ଼ିଶା ସରକାରଙ୍କ ରିପୋର୍ଟ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ଆବେଦନଗୁଡ଼ିକୁ ବିଚାର କରାଯିବ । ପ୍ରସ୍ତାବିତ କମୁନିଟିର ପ୍ରତିନିଧିମାନେ ଶୁଣାଣି ବେଳେ ଉପସ୍ଥିତ ରହିବେ । ଅଗଷ୍ଟ ୧୫ ଭିତରେ ପ୍ରମାଣିତ ରେକର୍ଡ ଗୁଡ଼ିକର ହାର୍ଡ ଓ ସଫ୍ଟ କପି ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।