Friday, January 17, 2025
14 C
Odisha

    ଓବିସି ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ : ସୁରଥ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୬/୦୧: ରାଜ୍ୟର ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସଂରକ୍ଷଣ ପାଇଁ ଓଡିଶା ଗସ୍ତରେ ଥିବା ପଛୁଆ ବର୍ଗ ମଙ୍ଗଳ ପାଇଁ ଗଠିତ ସଂସଦୀୟ କମିଟିକୁ ଭେଟି ବିସ୍ତୃତ ଆଲୋଚନା କରିଛି ଓବିସି ମୋର୍ଚ୍ଚା ପ୍ରତିନିଧି ଦଳ । କମିଟିର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ଗଣେଷ ସିଂହଙ୍କୁ ଭେଟି ଆଲୋଚନା ପରେ ସୁଚନା ଦେଇ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟର ଓବିସି ବର୍ଗଙ୍କ ସମସ୍ୟା ସଂପର୍କରେ କମିଟି ସହ ବିସ୍ତୃତ ଆଲୋଚନା କରାଯାଇଛି । ଓବିସି ବର୍ଗଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରତିଶୃତି ଦେଇଛନ୍ତି ।

    ଗଣମାଧ୍ୟମକୁ ସୁଚନା ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମଣ୍ଡଳ କମିଶନ ସୁପାରିଶର ଦୀର୍ଘ ବର୍ଷ ପରେ ବି ପଛୁଆ ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ ଅଛନ୍ତି । ବିଶେଷ ଭାବେ ୨୪ ବର୍ଷ ବିଜେଡି ସରକାରରେ ଓବିସି ବର୍ଗ ସବୁଠୁ ଅଧିକ ପ୍ରତାରିତ ହୋଇଛନ୍ତି । ବ୍ୟବସ୍ଥା ଅନୁଯାୟୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ପୂର୍ବ ସରକାର ସଂରକ୍ଷଣ ପ୍ରଦାନ ନକରି ପ୍ରତାରଣା କରିଛନ୍ତି । ଏଥି ସହ ପଂଚାୟତ ଓ ପୈାର ନିର୍ବାଚନରେ ମଧ୍ୟ ସଂରକ୍ଷଣକୁ ବିଜେଡି ସରକାର ଉଚ୍ଛେଦ କରିଦେଲେ । ବାରମ୍ବାର ଦାବୀ ସତ୍ୱେ ପୂର୍ବର ନବୀନ ସରକାର କର୍ଣ୍ଣପାତ କଲେ ନାହିଁ । ଓବିସି ବର୍ଗଙ୍କ ସ୍ୱାର୍ଥ ରକ୍ଷା ପାଇଁ କୋର୍ଟରେ ଓକିଲ ଦେଲେ ନାହିଁ । ମିଛ ସର୍ଭେ କରି ଲୋକଙ୍କୁ କେବଳ ଭୁଆଁ ବୁଲାଇବା ରାଜନୀତି କରିଥିଲା ପୂର୍ବର ବିଜେଡି ସରକାର । ବହୁ ଆକାଂକ୍ଷୀ ବିଶ୍ୱକର୍ମା ଯୋଜନାର କାର୍ଯ୍ୟକାରିତାରେ ନିର୍ବାଚିତ ସରପଂଚଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଅଧିକାଂଶ ସରପଂଚ ବିଜେଡି ସମର୍ଥିତ ହୋଇଥିବା କାରଣରୁ ଲକ୍ଷ ଲକ୍ଷ ହିତାଧିକାରୀ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି । ଏ ସମସ୍ତ ପ୍ରସଙ୍ଗରେ କମିଟି ସହ ଆଲୋଚନା କରାଯାଇଛି । ଅନ୍ୟ ପକ୍ଷରେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ଓବିସି ବର୍ଗଙ୍କ ପାଇଁ କିଛି କରିନଥିବାରୁ ବିଜେଡି ଦାବୀର କୈାଣସି ଯଥାର୍ଥତା ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ରାଜ୍ୟରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର । ନିର୍ବାଚନୀ ପ୍ରତିଶୃତି ଅନୁସାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14 ° C
    14 °
    14 °
    67 %
    1.4kmh
    5 %
    Thu
    14 °
    Fri
    28 °
    Sat
    29 °
    Sun
    30 °
    Mon
    31 °

    ସମ୍ବନ୍ଧିତ