Monday, March 30, 2026
25.4 C
Odisha

    ଓଲଟିଲା ମକା ବୋଝେଇ ଟ୍ରକ

    ଆଗକୁ ପଢନ୍ତୁ

    ବଲାଙ୍ଗିର  : ବଲାଙ୍ଗିର ଏନଏଚ ୨୬ ଜାତୀୟ ରାଜପଥ ବଲାଙ୍ଗିର ଟିଟିଲାଗଡ ରାସ୍ତା ଘୁଚି ପାଲି ଛକ ନିକଟରେ ରବିବାର ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଭୋର ସକାଳୁ ରାସ୍ତା ଉପରେ ଓଲଟି ପଡିଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହେଲ୍ପର ଆହତ ହୋଇଥିବା ଜଣାପଡିଛି । ମକା ବୋଝେଇ ଟ୍ରକଟି ରାଇଘରରୁ ଢେଙ୍କାନାଳ ଯାଉଥିଲା ।

    ଟ୍ରକଟି ରାସ୍ତାରେ ଯାଉଥିବା ବେଳେ ସମ୍ମୁଖ ପଟରୁ ଆସୁଥିବା ଅନ୍ୟ ଏକ ଗାଡି ହେଡ ଲାଇଟ ମାରି ଆସୁଥିବା ବେଳେ ଟ୍ରକ ଡ୍ରାଇଭର ବଡ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଟ୍ରକଟିକୁ କଣ୍ଟ୍ରୋଲ କରି ନ ପାରିବାରୁ ରାସ୍ତା ଉପରେ ଓଲଟି ପଡ଼ିଥିବା କୁହାଯାଉଛି । ଦେଓଗାଁ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାକୁ ନେଇ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ