Thursday, March 5, 2026
30.9 C
Odisha

    କଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ

    ଆଗକୁ ପଢନ୍ତୁ

    କଟକ : କଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ । ନେତାଜୀ ବସ୍‍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ କଟକକୁ ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ଯାତ୍ରୀ ଯାତାୟାତ କରିଥାନ୍ତି । ଏଥିପାଇଁ କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ବସ ଚଳାଚଳ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏଠାରୁ ବସ ଚଳାଚଳ କରୁଛି । ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି। କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଭସାଣ ବେଳେ ଗଣ୍ଡଗୋଳରୁ ଲାଗିରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବାତିଲ୍ କରାଯାଇଥିବା ନେଇ ସୂଚନା ଦେଇଛି ଗୃହ ବିଭାଗ । ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଜିଲ୍ଲାପାଳ କହିଛନ୍ତି, ସହରରେ ସ୍ଥିତି ସ୍ବାଭାବିକ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    12 %
    2.3kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ