Wednesday, September 3, 2025
24.6 C
Odisha

    କଟକ ବାଲିଯାତ୍ରାରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ

    ଆଗକୁ ପଢନ୍ତୁ

    ଏଥର ବାଲିଯାତ୍ରା ପଡିଆ ଓ ଏହାର ପାରିପାର୍ଶ୍ବିକ ରାସ୍ତା କଡରେ ଉଠାଦୋକାନୀ ମାନଙ୍କର ପସରା ଖୋଲିବ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଏକ ନିଷେଧାଦେଶ ଜାରି କରିଛନ୍ତି । ଯୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯାଇଛି ।

    ସାଧାରଣତଃ ବାଲିଯାତ୍ରା ପଡିଆରେ ପ୍ରବେଶ କରୁକରୁ ରାସ୍ତା କଡରେ କିଏ ଛିଡା ହୋଇ ବେପାର କରିଥାଏ ତ କିଏ ଖୋଲା ଆକାଶ ତଳେ ବସିକି ବେପାର ପସରା ମେଲାଇଥିବା ଦେଖିବାକୁ ମିଳେ । ଏଥର ସମ୍ପୁର୍ଣ୍ଣ ବାଲିଯାତ୍ରା ପଡିଆ ହେଉ କି ସଂଲଗ୍ନ ରାସ୍ତାରେ ଏମାନଙ୍କ ବେପାର ଉପରେ ପ୍ରଶାସନ କଟକଣା ଜାରି ସହ ଏନଫୋର୍ସମେଣ୍ଟ ପାଇଁ ପଦକ୍ଷେପ ନେଇଛି। ତେବେ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ୨୦ହଜାର ବର୍ଗଫୁଟ ପରିମିତ ସ୍ଥାନ ଚିହ୍ନଟ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି ଦେଇ ଏହି ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    0.5kmh
    99 %
    Wed
    26 °
    Thu
    28 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ