Friday, September 26, 2025
27.9 C
Odisha

    କଟକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ

    ଆଗକୁ ପଢନ୍ତୁ

    କଟକ : କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ । ନିଲାମ ମାଧ୍ୟମରେ ହେବ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫ୍‍ଲାଇନ ମାଧ୍ୟମରେ ପ୍ଲଟ୍‍ ପାଇଁ ଆବେଦନ ହୋଇପାରିବ । ଅକ୍ଟୋବର ୧୩ରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ବାଲିଯାତ୍ରା ୱେବସାଇଟ୍‌ରେ ଅନଲାଇନ ଆବେଦନ ସୁବିଧା ରହିଥିବାବେଳେ ଅଫ୍‍ଲାଇନ ପାଇଁ ବାରବାଟୀ ପ୍ୟାଲେସ୍‌ଠାରେ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନ ପତ୍ର ଦାଖଲ କରିପାରିବେ ଓ ପଞ୍ଜୀକରଣ ପତ୍ର ଗ୍ରହଣ କରିପାରିବେ। ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର । ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ପ୍ଲଟ୍ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି । ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ । ନିଲାମ ପ୍ରକ୍ରିୟା ତିନିଟି ବର୍ଗରେ ପ୍ଲଟ୍‌ ସର୍ବନିମ୍ନ ୪୦ ଟଙ୍କା, ୫୦ ଟଙ୍କା ଓ ୬୦ ଟଙ୍କା ରଖାଯାଇଛି । ପଞ୍ଜୀକରଣ ଶେଷ ହେବା ପରେ ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ନିଲାମ ଦ୍ବାରା ଆବଣ୍ଟନ ଆରମ୍ଭ ହେବ। ଏହାଛଡ଼ା ଖାଦ୍ୟ ପାନୀୟ ଷ୍ଟଲ ପାଇଁ ସ୍ବତନ୍ତ୍ର ଦର ଧାର୍ଯ୍ୟ ହୋଇଛି । ଛୋଟ ବ୍ୟବସାୟୀ ମାନଙ୍କୁ ୮୦ ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି । ଏବର୍ଷ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତଳ ପଡ଼ିଆର ୬୦ ଏକର ପରିମିତ ଜାଗାରେ ବ୍ୟବସାୟୀଙ୍କ ପାଇଁ ୧୬୭୦ଟି ଷ୍ଟଲ ନିର୍ମାଣ ହେଉଛି । http://cuttack.odisha.gov.in ୱେବସାଇଟରେ ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    82 %
    2.1kmh
    67 %
    Fri
    29 °
    Sat
    27 °
    Sun
    29 °
    Mon
    28 °
    Tue
    27 °

    ସମ୍ବନ୍ଧିତ