Wednesday, August 27, 2025
24.6 C
Odisha

    କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

    ଆଗକୁ ପଢନ୍ତୁ

    କଟକ : କଟକ ରେଳ ଷ୍ଟେସନରେ ଅଘଟଣ । ଭୁଶୁଡ଼ିଲା ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ। ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ିପଡ଼ିଛି। ସେଡର କିଛି ଅଂଶ ଟ୍ରାକରେ ମଧ୍ୟ ପଡ଼ି ରହିଛି । ଯାହା ଫଳରେ ଟ୍ରେନ ଯାତାୟତରେ ବାଧା ଉପୁଜିଛି ।

    ଗ୍ୟାସ କଟର ସାହାଯ୍ୟରେ ପ୍ଲେଟ ଗୁଡିକ କଟାଯାଉଛି । ୧ ନମ୍ବର ପ୍ଲାଟଫର୍ମରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏପଟେ ଅଘଟଣର କିଛି ସମୟ ପୂର୍ବରୁ ୧ ନମ୍ବର ପ୍ଲାଟଫର୍ମ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଯାଇଥିଲା। ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଯିବାର କିଛି ସମୟ ପରେ ଏହି ଅଘଟଣ ଘଟିଥିଲା ।

    ଯାହା ଫଳରେ ଅନେକ ଯାତ୍ରୀ ବଞ୍ଚି ଯାଇଥିଲେ । ସୂଚନା ମୁତାବକ ଗତ କିଛି ଦିନ ଧରି କଟକ ଷ୍ଟେସନ ର ନବୀକରଣ କାଯ୍ୟ ଚାଲୁଥିଲା । ଜଣେ ଆହତ ହୋଇଛନ୍ତି,ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.6 ° C
    24.6 °
    24.6 °
    92 %
    0.8kmh
    100 %
    Wed
    24 °
    Thu
    29 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ