Friday, September 20, 2024
24.1 C
Odisha

    କଣ୍ଡୁମୁନି ଓ ଅଳ୍ପାୟୁ ମାର୍କଣ୍ଡେୟ

    କାହାଣୀ-ନିରଞ୍ଜନ ପତି

    ଆଗକୁ ପଢନ୍ତୁ

     

    ପ୍ରାଚୀନ କାଳରେ ମୃକଣ୍ଡ ନାମକ ଜଣେ ମହାଜ୍ଞାନୀ ଋଷି ଥିଲେ । ତାଙ୍କର କୌଣସି ପୁତ୍ରକନ୍ୟା ନଥିଲେ । ଦୀର୍ଘଦିନ ଧରି ସେ ବ୍ରହ୍ମାଙ୍କୁ ତପସ୍ୟା କରି ବରଲାଭ କଲେ । ସହସ୍ର ବଳବନ୍ତ ମୂର୍ଖ ପୁତ୍ର ଅପେକ୍ଷା ଏକମାତ୍ର ସାତବର୍ଷ ଆୟୁବନ୍ତ ତଥା ଅଳ୍ପାୟୁ ପୁତ୍ର କାମନା କଲେ । ତାହା ହିଁ ହେଲା । ସେହି ପଣ୍ଡିତ, ଜ୍ଞାନୀ ଓ ଅଳ୍ପାୟୁ ପୁତ୍ରର ନାମ  ମାର୍କଣ୍ଡେୟ ରଖାଗଲା । କିନ୍ତୁ ତାଙ୍କ ପିତା ମୃକଣ୍ଡ ଓ ମାତା ସର୍ବଦା ଦୁଃଖରେ କାଳ କଟୁଥିଲେ । ସେ ବ୍ରହ୍ମା ଓ ବିଷ୍ଣୁଙ୍କୁ ନିଜର ପୁତ୍ରର ଆୟୁ ବୃଦ୍ଧି କାମନା କରନ୍ତେ ବ୍ରହ୍ମା-ବିଷ୍ଣୁ ଏକଥା ସମ୍ଭବ କରାଇ ପାରିବେନାହିଁ ବୋଲି ଜଣାଇଦେଲେ ।

    ମୁନି ଅନ୍ୟ ଉପାୟ ନପାଇ ପୁତ୍ରକୁ ବ୍ରାହ୍ମଣ,ସାଧୁ,ସନ୍ଥମାନଙ୍କ ସେବା ପୂଜା ତଥା ଭକ୍ତିପୂତ ପ୍ରଣାମ ନିମନ୍ତେ ଉପଦେଶ ପ୍ରଦାନ କଲେ । ଏକଦା ପୁତ୍ର ମାର୍କଣ୍ଡେୟ ଓ ପିତା ମୃକଣ୍ଡଙ୍କର ସପ୍ତର୍ଷିମାନଙ୍କ ସହ ସାକ୍ଷାତ ହେଲା । ପୁଲହ ମହର୍ଷି ମାର୍କଣ୍ଡେୟଙ୍କୁ ସଦଗୁରୁଙ୍କ ଅର୍ଚ୍ଚନା,ଆରାଧନା,ବେଦ ଅଧ୍ୟୟନ ତଥା ଇନ୍ଦ୍ରିୟ ସଂଯମ ନିମନ୍ତେ ପରାମର୍ଶ ଦେଲେ । ପୁଲହ ସୂଚାଇ ଦେଲେ ଯେ ଗୁରୁଙ୍କ ଅଶେଷ କୃପା ବଳରେ ହିଁ କେବଳ ମୃତ୍ୟୁକୁ ଜୟ କରିହେବ । ଗୁରୁ ହିଁ ସନାତନ, କାଳର କାଳ । ତେଣୁ ସେହି ସଦଗୁରୁଙ୍କ ଶରଣ ଗ୍ରହଣ କରିବା ଏକାନ୍ତ ବିଧେୟ । ଗୁରୁଙ୍କ ଚରଣ ବନ୍ଦାପନା କରି ସେବା କଲେ, ସାଧୁ ଶରଣ ଗଲେ, ସଂସାରରେ ବା ଏହି ମର ଜଗତରେ ଅମର ହୋଇପାରିବ । ଋଷି ମାର୍କଣ୍ଡେୟଙ୍କୁ ପରାମର୍ଶ ଦେଲେ ଯେ ତୁମେ କଣ୍ଡୁମୁନିଙ୍କୁ ସାକ୍ଷାତ କରି ଗୁରୁପଦରେ ବରଣ କର । ତାପରେ ମାର୍କଣ୍ଡେୟ କଣ୍ଡୁମୁନିଙ୍କୁ ପୁରୁଷୋତ୍ତମ କ୍ଷେତ୍ରରେ ସାକ୍ଷାତ କଲେ । ମାର୍କଣ୍ଡେୟଙ୍କର ଭକ୍ତି,ନମ୍ରତା,ସେବାରେ କଣ୍ଡୁମୁନି ଅତ୍ୟନ୍ତ ପ୍ରୀତ ହେଲେ । ତାଙ୍କଠାରୁ ତା’ର ଅଳ୍ପାୟୁ ବୃତ୍ତାନ୍ତ ଶ୍ରାବଣ କରି ଦୁଃଖ ପ୍ରକାଶ କଲେ । ସଦଗୁରୁ ଭାବେ କଣ୍ଡୁମୁନି ତାଙ୍କଠାରେ ସନ୍ତୋଷ ପ୍ରକାଶ କରି ଶିବାପୂଜା ଓ ତପସ୍ୟାରେ ସମୟ ଦେବାକୁ ପରାମର୍ଶ ପ୍ରଦାନ କଲେ ।

    ମାର୍କଣ୍ଡେୟ ଗୁରୁବାକ୍ୟ ମାନି ଏକ ଶିବଲିଙ୍ଗ ସ୍ଥାପନା କରି ଏକାଗ୍ରତାର ସହିତ ଶିବଙ୍କ ନାମ ଜପ କରିବାକୁ ଲାଗିଲେ । ଇତି ମଧ୍ୟରେ ତାଙ୍କର ସାତବର୍ଷ ଆୟୁ ସମାପ୍ତ ହୋଇଯାଇଥାଏ । ଯମଦୂତମାନେ ଆସି ପହଞ୍ଚିଗଲେ । ଶିବ ଆରାଧନା ତ୍ୟାଗ କରି ଯମପୁରକୁ ଗମନ ପାଇଁ ଯମଦୂତମାନେ ମାର୍କଣ୍ଡେୟଙ୍କୁ ଆଦେଶ ଦେଲେ । କିନ୍ତୁ ମାର୍କଣ୍ଡେୟ ସ୍ଥିର ଚିତ୍ତରେ ଶିବ ପୂଜା ଓ ତପସ୍ୟାରେ ବିଭୋର ଥାଆନ୍ତି । ଯମଦୂତମାନେ କହିଲେ ଆୟୁ ପୂର୍ଣ୍ଣ ହୋଇଯାଇଥିବାରୁ ଆମେ ତୁମକୁ କାଳଫାଶରେ ବନ୍ଧନ କରି ନେଇଯିବାକୁ ଆସିଚୁ । ଏହାକହି ଦୂତମାନେ ମାର୍କଣ୍ଡେୟଙ୍କୁ ମୃତ୍ୟୁଫାଶରେ ବନ୍ଧନ କରିବାକୁ ଉଦ୍ୟତ ହେଲେ ମାର୍କଣ୍ଡେୟ ଶିବଲିଙ୍ଗକୁ ଅତି ବିକଳର ସହିତ କୁଣ୍ଢାଇ ଧରି ଅତି ଉଚ୍ଚ ସ୍ଵରରେ ଶିବନାମ ଉଚ୍ଚାରଣ କରିଚାଲିଲେ । ଭକ୍ତ ବାଳକର ଆତୁର ପ୍ରାର୍ଥନାରେ ମହାଦେବ ସନ୍ତୁଷ୍ଟ ହୋଇ ସ୍ଵଦେହରେ ଉଭା ହେଲେ । ସେ ପ୍ରଥମେ ଯମଦୂତ ମାନଙ୍କର ଶିରଚ୍ଛେଦନ କଲେ । ମାର୍କଂଡେନକ ସାତବର୍ଷର ଆୟୁକୁ ରୁଦ୍ର ବର୍ଷ ଅନୁସାରେ ସତ କଳ୍ପ ଯାଏଁ ପରିବର୍ତ୍ତନ କରିଦେଲେ । ଏହି ମୁନିସୂତ ଗୁରୁଙ୍କ ପରମର୍ଶରୁ ଶିବଙ୍କର ପରମ ଭକ୍ତ ଭାବରେ ପରିଣତ ହୋଇଯାଇଥିଲା । ମୁନି ମାର୍କଣ୍ଡେୟ ଗୁରୁ କଣ୍ଡୁମୁନିଙ୍କ ଆଦେଶ ପାଳନ କରିବା ଦ୍ଵାରା ମୃତ୍ୟୁ ଉପରେ ବିଜୟଲାଭ କରିପାରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ