Monday, November 9, 2026
20.2 C
Odisha

    କଦଳୀ ଫୁଲରେ ଲୁଚିଛି ସ୍ୱାସ୍ଥ୍ୟର ରହସ୍ୟ, ଖାଇଲେ ମିଳିବ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ସୁସ୍ଥ ଶରୀର ପାଇଁ ଆବଶ୍ୟକ ସୁଷମ ଖାଦ୍ୟ । ଆଉ ସୁଷମ ଖାଦ୍ୟରେ ସବୁଜ ପନିପରିବାର ରହିଛି ବିଶେଷ ଭୂମିକା । ଆମେ ସାଧାରଣତଃ କୋବି, ବିନ୍, ମଟର ଓ କଞ୍ଚା କଦଳୀ ଭଳି ପନିପରିବା ଖାଇବାକୁ ପସନ୍ଦ କରିଥାଉ । କିନ୍ତୁ ଜାଣନ୍ତି କି, କଦଳୀର ଫୁଲ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ପୋଷକତତ୍ତ୍ୱରେ ଭରପୂର କଦଳୀ ଫୁଲ ଆମ ଦୈନନ୍ଦିନ ଖାଦ୍ୟରେ ସାମିଲ ହେଲେ ମିଳିପାରେ ଅନେକ ଫାଇଦା ।

    କଦଳୀଫୁଲରେ ଫାଇବର୍ , ପ୍ରୋଟିନ୍ , ଭିଟାମିନ୍- ଏ , ଭିଟାମିନ୍-ସି , ଫସଫରସ୍ , ପୋଟାସିୟମର ମାତ୍ରା ମିଳିଥାଏ । ଯାହା ଖାଇବାଦ୍ବାରା ଡାଏବେଟିସ୍ କଣ୍ଟ୍ରୋଲରେ ରହିବା ସହ ଶରୀରରୁ ଗ୍ଲୁକୋଜ୍ ସ୍ତର ମଧ୍ୟ କମ୍ ହୋଇଥାଏ । ଏହାଦ୍ବାରା ବ୍ଲଡସୁଗାର୍ ମଧ୍ୟ କଣ୍ଟ୍ରୋଲକୁ ଆସିଥାଏ । କଦଳୀଫୁଲର କାଢା ମଧ୍ୟ ସେବନ କରାଯାଏ । କଦଳୀଫୁଲ କିଡନୀ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏଥିରେ ଥିବା ନେଫ୍ରୋପ୍ରୋଟେକ୍ଟିଭ୍ ଗତିବିଧି କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାଦ୍ବାରା କିଡନୀ ଷ୍ଟୋନ୍ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣ ନିଜ ଖାଦ୍ୟରେ ନିୟମିତ କଦଳୀ ଫୁଲର ସେବନ କରୁଛନ୍ତି ତାହେଲେ ଏହା ଆପଣଙ୍କ ଓଜନ କମାଇବାରେ ମଧ୍ୟ ସହାୟକ ହେବ । ଏଥିରେ ଥିବା ଫାଇବରର ମାତ୍ରା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ନ କରାଇବା ହେଉଛି ଓଜନ କମାଇବା ପଛର ରହସ୍ୟ । ଏଥିପାଇଁ କଦଳୀଫୁଲର କାଢା , ତରକାରୀ କିମ୍ବା ସୁପ୍ ପ୍ରସ୍ତୁତ କରି ଆପଣ ଖାଇପାରିବେ ।

    କଦଳୀଫୁଲର ସେବନ ଦ୍ବାରା ଆପଣ ହାଇ-ବ୍ଲଡପ୍ରେସରକୁ ବି କଣ୍ଟ୍ରୋଲରେ ଆଣିପାରିବେ । ଏହା ଆଣ୍ଟି- ଡାଇପରଟେନ୍ସିବ୍ ଭଳି କାମ କରୁଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମାସିକ ଋତୁଚକ୍ରରେ ମହିଳାଙ୍କୁ ହେଉଥିବା ଯନ୍ତ୍ରଣାରୁ ଉପସମ ଦେଇଥାଏ କଦଳୀଫୁଲର ସେବନ । ଏହା ପ୍ରୋଜେଷ୍ଟେରୋନ୍ ହର୍ମାନକୁ ରେଗୁଲେଟ୍ କରି ବ୍ଲିଡିଂଙ୍ଗ୍ ସମୟରେ ମହିଳାଙ୍କୁ ହେଉଥିବା ଅସହ୍ୟ ପେଟ ଯନ୍ତ୍ରଣାକୁ କମ୍ କରିଥାଏ ।

    ହାର୍ଟକୁ ସୁସ୍ଥ ରଖେ କଦଳୀଫୁଲ । ଏଥିରେ ଥିବା କାର୍ଡିୟୋ ପ୍ରୋଟେକ୍ଟିଭ୍ ଇଫେକ୍ଟ ନା କେବଳ ହୃଦୟକୁ ସୁସ୍ଥ ରଖେ ,ବିପିକୁ ମଧ୍ୟ କଣ୍ଟ୍ରୋଲରେ ଆଣିଥାଏ । କଦଳୀଫୁଲରେ ଥିବା ଗ୍ଲେକ୍ଟାଗାଗ୍ ତତ୍ତ୍ବ ଲେକ୍ଟେସନକୁ ବଢାଇଥାଏ ଯାହାଦ୍ବାରା ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଏହା ଖୁବ୍ ଲାଭକାରୀ ହୋଇଥାଏ ।କଦଳୀ ଫୁଲକୁ ଖାଦ୍ୟରେ ସାମିଲ କରିବା ମଧ୍ୟ ବେଶ୍ ସହଜ । ଏହାକୁ ତରକାରୀ, ଭଜା କିମ୍ବା ସୁପ୍ ଭାବେ ପ୍ରସ୍ତୁତ କରି ଖାଇପାରିବେ । ତେବେ ମନେ ରଖନ୍ତୁ, କଦଳୀ ଫୁଲ କୌଣସି ରୋଗର ଔଷଧ ନୁହେଁ । ଡାଏବେଟିସ୍, ଉଚ୍ଚ ରକ୍ତଚାପ କିମ୍ବା କିଡନୀ ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ବନ୍ଦ କରନ୍ତୁ ନାହିଁ ।

    ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ପ୍ରକାରର ପନିପରିବା ସାମିଲ କରନ୍ତୁ । କଦଳୀ ଫୁଲ ଭଳି ପୋଷକତତ୍ତ୍ୱରେ ଭରପୂର ଖାଦ୍ୟକୁ ଆପଣାନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.2 ° C
    20.2 °
    20.2 °
    73 %
    0.8kmh
    0 %
    Mon
    27 °
    Tue
    26 °
    Wed
    26 °
    Thu
    25 °
    Fri
    26 °

    ସମ୍ବନ୍ଧିତ